ଭୁବନେଶ୍ୱର: ୧୯୯୭ ବ୍ୟାଚ ଆଇଏଏସ ସଞ୍ଜୟ କୁମାର ସିଂହଙ୍କୁ ଭୁବନେଶ୍ୱର ଡେଭେଲପମେଣ୍ଟ ଅଥରିଟି (ବିଡିଏ)ର ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ଓଡିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ୨୦୦୮ ବ୍ୟାଚ ଆଇଏଏସ ୟାମିନୀ ଷଡ଼ଙ୍ଗୀଙ୍କୁ ଖାଦ୍ୟ ସୁରକ୍ଷା ବିଭାଗର କମିଶନର ଅତିରିକ୍ତ ଦାୟିତ୍ୱ ଏବଂ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।