ଅଙ୍ଗନବାଡି କେନ୍ଦ୍ରରେ ଅସାବଧାନତା ହେତୁ ଲାଗିଗଲା ନିଆଁ

କନ୍ଧମାଳ: ଅଙ୍ଗନବାଡି କେନ୍ଦ୍ରରେ ନିଆଁ । ଏ ଭଳି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେନାର ବାହାଲ ଅଙ୍ଗନବାଡି କେନ୍ଦ୍ରରେ । ଅଳ୍ପକେ ବର୍ତିଲେ ଅଙ୍ଗନବାଡି କେନ୍ଦ୍ର ଭିତରେ ବସିଥିବା ପାଞ୍ଚଜଣ ଶିଶୁ । ଅଙ୍ଗନବାଡି କେନ୍ଦ୍ରରେ ରୋଷଇ କରୁଥିବାବେଳେ ରନ୍ଧନ ଗ୍ୟାସ ଲିକ ହୋଇ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସୂଚନାନୁସରେ , ନିଆଁ ଲାଗିବା ପରେ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ କରୁଥିବା ମହିଳା ସ୍ଥାନୀୟ ଲୋକଙ୍କୁ ଚିତ୍କାର କରି ଡାକିଥିଲେ । ଅଙ୍ଗନବାଡି କେନ୍ଦ୍ର ପାଖରେ କାମ କରୁଥିବା କିଛି ଯୁବକ ମାନେ ଅଙ୍ଗନବାଡି କେନ୍ଦ୍ର ଭିତରେ ଫସିଥିବା ପାଞ୍ଚଜଣ କୁନି କୁନି ଶିଶୁଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ମଧ୍ୟ ଆୟତ୍ତ କରିଛି । ତେବେ ଅଙ୍ଗନବାଡି କେନ୍ଦ୍ରର ହେଲ୍ପରଙ୍କ କହିବା ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ରେ ପୂର୍ବରୁ କାଠରେ ରୋଷେଇ ହେଉଥିବାବେଳେ ଅଳ୍ପ କିଛି ଦିନ ହେବ ରନ୍ଧନ ଗ୍ୟାସର ବ୍ୟବହାର କରାଯାଉଛି । ତେବେ ଗ୍ୟାସରେ ରୋଷଇ କରିବାର ଅଭିଜ୍ଞତା ନ ଥିବାରୁ କୌଣସି କାରଣରୁ ନିଆଁ ଲାଗିଥିବା କହିଛନ୍ତି ।