ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମି ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ନିସ୍ତୁକ ମାଡ଼ । ଦୁଇ ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, ଆଜି ସକାଳା ୧୦ଟା ସମୟରେ ପଶ୍ଚିମବଙ୍ଗ ଦିଘା ଥାନା ଅଞ୍ଚଳର ଦୁଇ ଜଣ ଯୁବକ ଏକ କାର ଯୋଗେ ଓଡିଶା ସୀମାନ୍ତ ଉଦୟପୂରକୁ ଧଳା ଜହର ବିକ୍ରି କରିବା ପାଇଁ ଆସିଥିଲେ। ଡିଲ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଖବର ପାଇ ଦୁଇ ବେପାରୀଙ୍କୁ କାବୁ କରି ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତାଳସାରୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ପାଖରୁ ୧୮ ଟି ବ୍ରାଉନ ସୁଗାର ପ୍ୟାକେଟ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ଏହା ସହ ପଶ୍ଚିମବଙ୍ଗ ନମ୍ବରରେ ଗୋଟିଏ କାର ମଧ୍ୟ ଜବତ କରିଛି ମେରାଇନ ପୋଲିସ।