ବ୍ୟୁରୋ : ପୁଣି ଅଭିନେତ୍ରୀ ଜ୍ୟାକଲିନ ନିଜ ପୁରୁଷ ବନ୍ଦୁଙ୍କ ପାଇଁ ହୋଇଛନ୍ତି ହଟହଟା । ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ସିଂହଳ ସୁନ୍ଦରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଇଡି ଜବତ କରିଛି ତାଙ୍କର ୭.୨୭ କୋଟି ଟଙ୍କାର ସମ୍ପତ୍ତି । ଏଥିରେ ତାଙ୍କର ୭.୧୨ କୋଟିର ଫିକ୍ସଡ ଡିପୋଜିଟ ସାମିଲ ଅଛି ।

ଦୀର୍ଘ ଦିନ ଧରି ଇଡି ନଜରରେ ଅଛନ୍ତି ଜ୍ୟାକଲିନ ଖାସ କରି ଯେବେ ଠାରୁ ତାଙ୍କର ସୁକେଶଙ୍କ ସହ ସମ୍ପର୍କ ବିଷୟରେ ଜଣାପଡିଛି । ଇଡିର ସୂଚନାନୁଯାୟୀ ସୁକେଶ ଜେଲରେ ଥିବା ସମୟରେ ଜୋରଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ମୋଟ ୫ କୋଟି ଟଙ୍କାର ଗିଫ୍ଟ ଦେଇଛନ୍ତି ।

ଦିଲ୍ଲୀରେ ଜେଲରେ ଥିବା ସମୟରେ ଜଣେ ମହିଳାଙ୍କ ଠାରୁ ସେ ମୋଟ ୨୦୦ କୋଟି ଟଙ୍କା ଠକି ଥିଲେ । ଏହି ଟଙ୍କାରେ ସେ ଜ୍ୟାକଲିନଙ୍କୁ ହୀରା, ଅନ୍ୟାନ ଗିଫ୍ଟ ଓ ଗୋଟିଏ ୫୨ ଲକ୍ଷ ଟଙ୍କାର ଘୋଡା ଦେଇଛନ୍ତି । ଏହି ମାମଲାରେ ଜ୍ୟାଜଲିନଙ୍କର ଆଗକୁ ଆହୁରି ସମ୍ପତ୍ତି ଜବତ କରିବା ସହ ଜ୍ୟାକଲିନ ଫସିବାର ସମ୍ଭାବନା ରହିଛି ।