ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ବ ସ୍ଵାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡା.ବିଶ୍ବ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସଭାରେ ସ୍ୱଚ୍ଛ ଭାରତ ସଂଗଠନ (ସୋନପୁର-ମନୁମୁଣ୍ଡା )ର ବରିଷ୍ଠ ସଦସ୍ୟ ଅଳିମୁଲ ଇସଲାମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଡା. ରମେଶ ଚନ୍ଦ୍ର ସ୍ଵାଇଁ, ଡିପିଏଚ ଓ ତଥା ଏଡିପିଏଚଓ, ଡା.ପଦ୍ମହଂସା ଦୋରା ଏଡିପିଏଚଓ, ଡା. ପ୍ରକାଶ ଦଣ୍ଡସେନା ମେଡିକାଲ ଅଫିସର ପିପିସି , ଡା ସଞ୍ଜିବ କୁମାର କର ଡିପିଏମଡିବିସିଏସ ପ୍ରମୁଖ ମଞ୍ଚାସୀନ ଥିଲେ।

ସଭାରେ ଅତିଥିମାନେ ବିଶ୍ୱ ସ୍ଵାସ୍ଥ୍ୟ ଦିବସ ୨0୨୨ ବର୍ଷର ଶୀର୍ଷକ “ଆମର ବିଶ୍ୱ ଆମର ସ୍ୱାସ୍ଥ୍ୟ ” ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ବିଶ୍ବକୁ କିପରି ସୁସ୍ଥ ରଖି ପାରିବା ତଥା ବ୍ୟକ୍ତି ବିଶେଷ ନିଜେ ନିଜର ପଞ୍ଚଭୁତକୁ କିପରି ସୁସ୍ଥ ରଖି ପାରିବା ସେ ଉପରେ ଗୁରୁତ୍ୱାରୋପ କରିବା ସହିତ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତ ବ୍ୟକ୍ତ କରିଥିଲେ। ବୈଠକରେ ଉପସ୍ଥିତ ରକ୍ତଦାତା ଶ୍ରୀ ମୋନଜ କୁମାର୍ ପଣ୍ଡା, ସମାଜସେବୀ ଶ୍ରୀ ବୃନ୍ଦାବନ ରଥ ଓ ମନୋରଞ୍ଜନ ତ୍ରିପାଠୀ ସାମ୍ବାଦିକ ଏହି ଦିବସ ପରିପ୍ରେକ୍ଷୀରେ ନିଜ ନିଜର ଅନୁଭୁତିର ଆଲୋକପାତ କରିଥିଲେ l

ସଭାର ସଭାପତି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ବ ରଞ୍ଜନ ପତି ତାଙ୍କର ବକ୍ତବ୍ୟ ରେ କହିଲେ ଯେ ଗୋଟିଏ ସୁସ୍ଥ ବିଶ୍ୱ ପାଇଁ ବ୍ୟକ୍ତି ଠାରୁ ହିଁ ଅଭ୍ୟାସ ଆରମ୍ଭ କରିବାକୁ ପଡିବ, ତେଣୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜେ ନିଜକୁ ପ୍ରତିଟି କ୍ଷେତ୍ରରେ ସୁସ୍ଥ ରଖିବା ପାଇଁ ଯତ୍ନବାନ ହେବାକୁ ପ୍ରେରଣା ଦେଇଥିଲେ। ଏହି ଉପଲକ୍ଷେ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମନୋଜ ପଣ୍ଡା ରକ୍ତଦାତା ଏହି ଦିବସକୁ ସ୍ମରଣୀୟ କରିବା ନିମନ୍ତେ ନିଜେ ଏକ ୟୁନିଟ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ l ପୁନଶ୍ଚ ସୁସ୍ଥ ସ୍ୱାସ୍ଥ୍ୟ ବାର୍ତ୍ତାର ଜନ ସଚେତନତା ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଅତିଥି ତଥା ସଭାରେ ଯୋଗଦାନ କରିଥିବା ସମସ୍ତଙ୍କୁ ବିଭାଗ ତରଫରୁ ସ୍ୱାସ୍ଥ୍ୟ ବାର୍ତ୍ତା ଲେଖା ଥିବା ଟି-ସାର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା l ଉଲ୍ଲେଖନୀୟ ସେବା ପାଇଁ ସଭାରେ ସମାଜ ରକ୍ତଦାତା ମନୋଜ ପଣ୍ଡା ଓ କୁଷ୍ଠ ସାଥି ବୃନ୍ଦାବନ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଉଭୟଙ୍କ କାର୍ଯ୍ୟର ଭୁରିୟସୀ ପ୍ରଶଂସା କରିଥିଲେ ଅତିଥି ବୃନ୍ଦ l

ସଭାରେ ସ୍ୱଚ୍ଛ ଭାରତର ସମସ୍ତ ସଭ୍ୟ, ମେଡିକାଲ ସେବିକା ଯୋଗ ଦେଇଥିବା ବେଳେ ଏନସିଡି ପରାମର୍ଶଦାତ୍ରୀ ଗୀତାରାଣୀ ମେହେର, ଡିଇଓ ନାରାୟଣ ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଲନା କରିଥିବାବେଲେ ଶ୍ରୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।