ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ରାଜ୍ୟରେ ଦିର୍ଘ ଦିନରୁ ସିଟି ଓ ବିଇଡି ତାଲିମ୍ ନେଇ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଁ ଆଶାୟୀ ଥିଲେ ମଧ୍ୟ ନିଯୁକ୍ତି ପାଇପାରି ନାହାନ୍ତି। ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡିକରେ ବହୁ ଶିକ୍ଷକ ପଦବୀ ଖାଲି ପଡିଛି । କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ଅଭାବ କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ଘୋର ସମସ୍ୟା ଦେଖାଦେଉଛି ବୋଲି ଏ.ଆଇ.ୟୁ.ୱାଇ. (ଏସ.ସି.) କମିଟି ଅଭିଯୋଗ କରିଛି ।

ଏହି ବାବଦରେ ରାଜ୍ଯ ସରକାର ଖାଲି ପଡିଥିବା ଶିକ୍ଷକ ପଦବୀ ଓ ତାଲିମ୍ ପ୍ରାପ୍ତ ଯୁବକ, ଯୁବତୀ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା । ତୁରନ୍ତ ଶିକ୍ଷାର ଘରୋଇ କରଣ, ବ୍ୟବସାୟୀ କରଣ, ସାମ୍ପ୍ରଦାୟିକରଣ ବନ୍ଦ କରିବା ଆଦି ୪ ଦଫା ଦାବୀ କରି ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରା ଯାଇଥିଲା। ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏ.ଆଇ.ୟୁ.ୱାଇ. (ଏସ.ସି.) କମିଟି ବିକ୍ଷୋଭ ପ୍ରଦର୍ଶନ କରିଥିଲା।