ହୋଲିରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର, ୬ ବଖରା ଘର ଭସ୍ମୀଭୂତ

ଭଦ୍ରକ: ହୋଲିରେ ରଙ୍ଗର ମାହୋଲ ଭିତରେ ଆସିଛି ଦୁଃଖଦ ଖବର । ରୋଷେଇ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର । ଅନ୍ୟପଟେ ନିଆଁ ଲାଗି ଜଳି ଯାଇଛି ୩ ପରିବାରର ୬ ବଖରା ଘର । ଗ୍ୟାସ ଟାଙ୍କି ଫାଟିବା ଯୋଗୁଁ ନିଆଁ ଛିଟିକି ଦୋକାନରେ ପଡିବାରୁ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଏମିତି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଭଦ୍ରକ ସହର ନିକଟସ୍ଥ ନରିପୂରର ରମେଶ ଲାଲଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଏଭଳି ଅଘଟଣ ଘଟିଛି । ଘର ଭିତରେ ୩ ଗ୍ୟାସ ଟାଙ୍କିରୁ ଦୁଇଟି ଗ୍ୟାସ ଟାଙ୍କି ଫାଟି ସାରିଛି । ଜଳି ଯାଇଛି ୫ ବଖରା ଘର, ଜଣେ ମହିଳା ଆହତ ହୋଇଛନ୍ତି । ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ହଠାତ୍ ନିଆଁ ଲାଗିଯାଇଥିଲା ।

ଏକାଥରେ ୨ଟି ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେହିଭଳି ନିଆଁକୁ ଦୃଷ୍ଟିରେ ରଖି ମେଡିକାଲ ଛକ ନିକଟରେ ସୁରକ୍ଷା ପାଇଁ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଘଟଣାରେ ଆହତ ମହିଳା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି