ମଝି ରାସ୍ତାରେ ଟପ୍ ଲେସ୍ ବୋଲ୍ଡ ଲୁକରେ ନଜର ଆସିଲେ ଅଭିନେତ୍ରୀ ଉର୍ଫି ଜାଭେଦ୍

ଫ୍ୟାଶନ୍ ସେନ୍ସକୁ ନେଇ ଟ୍ରୋଲ କଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ସୁନ୍ଦରୀ ତଥା ‘ବିଗ୍ ବସ୍ OTT’ ଫେମ୍ ଉର୍ଫି ଜାଭେଦ୍ ତାଙ୍କ ଫ୍ୟାଶନ୍ ସେନ୍ସକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ପସନ୍ଦ କରୁଥିବାବେଳେ ଅନେକ ଥର ସେ ତାଙ୍କ ଡ୍ରେସ୍ ହେତୁ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସନ୍ତି। ତେବେ ବର୍ତ୍ତମାନ ଉର୍ଫିଙ୍କ ହଟ୍ ଏବଂ ସିଜଲିଂ ଫୋଟ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଫୋଟରେ ଉର୍ଫିଙ୍କ ଫ୍ୟାଶନ୍ ସେନ୍ସ ଏବଂ ହଟନେସକୁ ଯେତେ ତାରିଫ୍ କରାଯିବ ତାହା କମ୍ ହିଁ ହେବ ।

ଯେଉଁ ଆଉଟଫିଟ୍ସକୁ ଆପଣ କ୍ୟାରି କରିବାକୁ ଚିନ୍ତା କରିବା ମଧ୍ୟ କଷ୍ଟକର, ସେହିଭଳି ସୁପର ବୋଲ୍ଡ ଡ୍ରେସକୁ ଉର୍ଫି ଅତ୍ୟଧିକ ଆତ୍ମବିଶ୍ୱାସର ସହିତ ପିନ୍ଧିଥାନ୍ତି । ଉର୍ଫି ତାଙ୍କ ନୂଆ ଲୁକ୍ ସହିତ ଏହା ପ୍ରମାଣ କରି ଦେଇଛନ୍ତି ଯେ ଯେତେବେଳେ ଷ୍ଟାଇଲ୍ ଷ୍ଟେଟମେଣ୍ଟ୍ ଏବଂ ବୋଲ୍ଡ ଲୁକ୍ ବିଷୟରେ ପ୍ରଶ୍ନ ଆସେ ସେତେବେଳେ ତାଙ୍କୁ କେହି ଟକ୍କର ଦେବା ମୁସ୍କିଲ୍ ।

ତେବେ ଉର୍ଫି ଲୁକ୍ ର ସବୁଠାରୁ ହାଇଲାଇଟ୍ ଅଂଶ ହେଉଛି ତାଙ୍କ ଟପ୍ ଲେସ୍ ବୋଲ୍ଡ ଲୁକ୍ | ଅଭିନେତ୍ରୀ ଏହି ଲୁକରେ କୌଣସି ବ୍ରେଲେଟ୍ କିମ୍ବା ଅଫ୍ ସୋଲଡର ଟପ୍ ପିନ୍ଧି ନାହାଁନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅଭିନେତ୍ରୀ ଜଣକ ନିଜ ଲୁକ୍ ରେ ଟପ୍ ଲେସ୍ ହେବା ସହ ବେକରେ କେବଳ ବହୁତ ଗୁଡିଏ ଶିକୁଳି ପିନ୍ଧିଛନ୍ତି | ତେବେ ସବୁଠାରୁ ଇଣ୍ଟରେଷ୍ଟଟିଙ୍ଗ ବିଷୟ ଏହା କି, ଉର୍ଫି ପିନ୍ଧିଥିବା ଶିକୁଳି ଗୁଡ଼ିକରେ ତାଲା ମଧ୍ୟ ଝୁଲିଛି | ନୂଆ ଲୁକରେ ଉର୍ଫିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନିଆଁ ଲଗେଇ ଦେଇଛି | ଉର୍ଫିଙ୍କ ବେକରେ ତାଲା ଏବଂ ଶିକୁଳି ପିନ୍ଧିଥିବା ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କ ହଟନେସ୍ ର ଦିୱାନା ହୋଇଯାଇଛନ୍ତି |

ମୁମ୍ବାଇର ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଉର୍ଫି ଜାଭେଦଙ୍କ ଏକ ଭିଡିଓ ସେୟାର କରିଛନ୍ତି। ପୋଷ୍ଟ ହେବାର ଏକ ଘଣ୍ଟା ମଧ୍ୟରେ, ଏହି ଭିଡ଼ିଓ ୪ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଲାଣି | ତେବେ ନେଟ୍‌ଜେନ୍‌ମାନେ ତାଙ୍କ ପୋଷାକରେ ପ୍ରଭାବିତ ହୋଇନଥିଲେ ବରଂ ସେମାନେ ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ |

ତେବେ ପ୍ରତିଦିନ ଉର୍ଫିଙ୍କୁ ଟ୍ରୋଲ କରାଯିବା ସତ୍ତ୍ୱେ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ, କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ଲିମିଟ୍ କ୍ରସ କରି ଆଉ ଏକ ବୋଲ୍ଡ ଡ୍ରେସ ପିନ୍ଧି ତାଙ୍କ ଫ୍ୟାନ୍ସ ମାନଙ୍କୁ ଆହୁରି ଧିକ ଆଶ୍ଚର୍ଯ୍ୟ କରି ଦେଇଥାନ୍ତି | କିଛି ଦିନ ପୂର୍ବରୁ ମଧ୍ୟ ଉର୍ଫି ଜାଭେଦ୍ ଏପରି ଏକ ଆଉଟ ଫିଟ୍ ପିନ୍ଧିଥିଲେ ଯେ ଯାହାକୁ ଦେଖି ଦର୍ଶକଙ୍କ ମୁଣ୍ଡ ଚକ୍କର ଖାଇ ଯାଇଥିଲା ।ସେ ପିନ୍ଧିଥିବା ଆଉଟ ଫିଟ୍ ସମ୍ପୂର୍ଣ୍ଣ ଭାବେ ସ୍କିନ କଲର ସହ ମ୍ୟାଚ କରୁଥିଲା ଯାହାକି ଦର୍ଶକଙ୍କୁ ଉର୍ଫି ନ୍ୟୁଡ ଥିବା ଭଳି ଭ୍ରମରେ ପକାଇଥିଲା | ଆକ୍ଟ୍ରେସଙ୍କ ଏହି ଲୁକରେ ଅନେକ ତାଙ୍କ ଫ୍ୟାଶନ ସେନ୍ସକୁ ନେଇ ଟ୍ରୋଲ କରିଥିବା ବେଳେ ଫ୍ୟାନ୍ସମାନେ ତାଙ୍କ ବୋଲ୍ଡ ଲୁକ୍ ର ତାରିଫ କରିବାକୁ ମଧ୍ୟ ପଛେଇ ନଥିଲେ |