କୁକୁର ବେକରେ ବେଲ୍ଟ ବାନ୍ଧି ରାସ୍ତାରେ ବୁଲାଇବା ମନା!

ନିୟମ ନ ମାନିଲେ ଭରିବାକୁ ପଡିବ ଲକ୍ଷାଧିକ ଟଙ୍କାର ଜରିମାନ

ନିଜ ଘରେ ପୋଷା କୁକୁର ରଖିଛନ୍ତି କି? ତେବେ ହୋଇ ଯାନ୍ତୁ ସତର୍କ । କାରଣ କୁକୁର ମାଲିକଙ୍କୁ ଦେବାକୁ ପଡିପାରେ ଜରିମାନା । ଏପରି ହେବାକୁ ଯାଉଛି ବ୍ରିଟେନର କିଛିଅଞ୍ଚଳରେ । ସେଠାରେ ଏହି ନିୟମ ଏପ୍ରିଲ ୧ ରେ ଲାଗୁ ହେବାକୁ ଯାଉଛି । ନିୟମ ଅନୁଯାୟୀ, ଯେଉଁ ପୋଷା କୁକୁର ବେକରେ ୧ ମିଟରରୁ ଅଧିକ ଲମ୍ବାର ବେଲ୍ଟ ପିନ୍ଧାଯିବ ତାର ମାଲିକକୁ ପ୍ରାୟ ୧,୦୧,୫୨୮ ଟଙ୍କାର ଜରୀମାନା ଭରିବାକୁ ପଡିବ । ଲୋକମାନେ ରାସ୍ତା ଏବଂ ସାଇକେଲ ମାର୍ଗ ପାଖରେ ନିଜ କୁକୁରମାନଙ୍କୁ ବୁଲାଇବା ସମୟରେ ଅଧିକ ଲମ୍ବାର ପଟି ବ୍ୟବହାର କରି ପାରିବେ ନାହିଁ। ଯଦିଓ ଏହି ନୂଆ ନିୟମ ପାର୍କ ଏବଂ ସମୁଦ୍ର କୂଳରେ ଲାଗୁ ହେବ ନାହିଁ।ଯଦି କେହି ଏହି ନୂଆ ନିୟମରୁ ବାହାରିଯାଏ ବା ନିୟମ ନ ମାନେ ତେବେ ତାକୁ ସେହି ସ୍ଥାନରେ ହିଁ ଏହି ଜରିମାନ ଦେବାକୁ ପଡିବ । ଆଉ ଥରେ ଏହି ମକଦ୍ଦମା ଜାରି ହୋଇଗଲେ ୧ ଲକ୍ଷ ଟଙ୍କା ଉପରକୁ ମଧ୍ୟ ଜରିମାନା ଭରିବାକୁ ପଡିପାରିବ । ଏହି ନିୟମ କୁକୁରମାନଙ୍କ ପାଇଁ ଏକ ନୂତନ ସାର୍ବଜନିକ ସ୍ଥାନ ସଂରକ୍ଷଣ ଆଦେଶ( ଚଝଚଙ ) ଅଧୀନରେ ଆସୁଛି ଏବଂ ବର୍ତ୍ତମାନ କେବଳ ଞରସଶଦ୍ଭଭକ୍ସସଶର ଜିଲ୍ଲାର ମାଲିକମାନଙ୍କ ଉପରେ ହିଁ ଲାଗୁ କରାଯିବ।
ସୂଚନା ଅନୁସାରେ, ସେଠାକାର କାଉନସିଲର ଅଧିକାରୀମାନେ ସେହି ଅଞ୍ଚଳ ମାନଙ୍କରୁ ଦାୟିତ୍ୱହୀନତା ଭାବରେ କୁକୁର ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କୁ ପାଳୁଥିବା ବ୍ୟକ୍ତିଙ୍କୁ କମ କାରିବାକୁ ଚାହୁଁଛନ୍ତି। କାଉନସିଲର ଙ୍କ କାହିବା ଅନୁଯାୟୀ ଏହି ନିୟମର ପ୍ରଭାବ ଖୁବ ଭଲ ଦେଖିବାକୁ ମିଳିଛି । ନୂଆ ନିୟମ ଅଧୀନରେ ମାଲିକମାନେ ସର୍ବସାଧାରଣ ସ୍ଥାନରେ ନିଜ କୁକୁରକୁ ମଳ ତ୍ୟାଗ କରାଇ ପାରିବେ ନାହିଁ। ଏହାଛଡ଼ା ନୂଆ ନିୟମ ଲାଗୁ କରିବାର ଆଉ ଏକ ଉଦ୍ଦେଶ୍ୟ ହେଉଛି, ଅଞ୍ଚଳକୁ ସ୍ୱଚ୍ଛ, ପରିଷ୍କାର ଏବଂ ସବୁଜ, ସୁନ୍ଦର ରଖିବା।