ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବା ନେଇ ଚାଷୀ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଧାନ କିଣା ବ୍ୟବସ୍ଥା ନହେଲେ ରାସ୍ତାରୋକ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି । ଚାଷୀ ଏହାର ନକଲ ଜିଲ୍ଲା ଯୋଗାଣ ଅଧିକାରୀ, ବୀରମହାରାଜପୁର ଉପଖଣ୍ଡୀୟ ପୁଲିସ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ, ସ୍ଥାନୀୟ କୃଷକ ବିକାଶ ପରିଷଦ ଓ ଜିଲା କୃଷକ ସଙ୍ଗଠନକୁ ପ୍ରେରଣ କରିଥିବା ମଧ୍ୟ ଦର୍ଶାଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଚାଷୀ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅହିରାଜ ହୋତା, ବିଷ୍ଣୁ ରଣା, ଜୟକୃଷ୍ଣ କଲତା, ଗୌରୀ ହୋତା, ଅନନ୍ତ ପାତ୍ର, ସୋମିତ୍ରା ରାଉତ, ମନୋଜ ରାଏ, ଜୟ ନନ୍ଦ, ସୁଶାନ୍ତ ପ୍ରଧାନ, ପ୍ରଦୀପ ବଘାର, ପଦ୍ମଲୋଚନ ସିଂହ, ଅରୁଣ ମେହେର, ବିକ୍ରମ ପୁରୋହିତ ପ୍ରମୁଖ ଦାବି କରିଛନ୍ତି ।