ମା ହେବାକୁ ଯାଉଛନ୍ତି ଫେମ୍ ଅଭିନେତ୍ରୀ ମୋହେନା କୁମାରୀ ସିଂହ
ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି ଟିଭି ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ମୋହେନା କୁମାରୀ ସିଂହ।
(ମୁମ୍ବାଇ) : ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି ଟିଭି ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ମୋହେନା କୁମାରୀ ସିଂହ। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ସେ ନିଜ ବେବି ବମ୍ପ ସହ ଫଟୋ ଶେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। ସମସ୍ତଙ୍କ ସହ ଖୁସି ଖବର ଶେଆର କରୁଛି।’ ଏହି ଫଟୋରେ ସେ ତାଙ୍କ ସ୍ୱାମୀ ସୁୟଶଙ୍କ ସହ ନଜର ଆସିଛନ୍ତି। ଅନ୍ୟ କିଛି ଫଟୋରେ ମୋହେନା ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ନଜର ଆସିଛନ୍ତି।