ମେକଅପ୍ ଶୈଳୀରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁର ସମଗ୍ରୀ ଲତା ମଙ୍ଗେଶକରଙ୍କ ମୃତ୍ୟୁରେ ସମଗ୍ର ବିଶ୍ୱ ଶୋକ ପ୍ରକାଶ କରୁଥିବା ବେଳେ ସମସ୍ତଙ୍କ ଡଙ୍ଗ ଅଲଗା ।

(ମୁମ୍ବାଇ) : ସୁର ସମଗ୍ରୀ ଲତା ମଙ୍ଗେଶକରଙ୍କ ମୃତ୍ୟୁରେ ସମଗ୍ର ବିଶ୍ୱ ଶୋକ ପ୍ରକାଶ କରୁଥିବା ବେଳେ ସମସ୍ତଙ୍କ ଡଙ୍ଗ ଅଲଗା । ସୋସିଆଲ ମିଡିଆରେ ଲୋକମାନେ ଲତା ଦିଦିଙ୍କୁ ନିଜ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବର୍ତ୍ତମାନ ଏକ ମେକଅପ୍ ଆର୍ଟିଷ୍ଟଙ୍କ ଭିଡିଓ ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ଦୀକ୍ଷିତା ପ୍ରଥମେ ଲତା ମଙ୍ଗେଶକରଙ୍କ ଏକ ଫଟୋ ଦେଖାଇଛନ୍ତି। ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ‘ଶୋର’ ଫିଲ୍ମର ଗୀତ ‘ଏକ ପ୍ୟାର କା ନାଗମା ହୈ’ ବାଜୁଛି। ଦେଖୁ ଦେଖୁ ଦୀକ୍ଷିତା ନିଜକୁ ମେକଅପ୍ କରି ଲତା ମଙ୍ଗେଶକରଙ୍କ ଲୁକ୍ ଦେଇଛନ୍ତି। ଏହି ଭିଡିଓରେ ୧୬ ହଜାରରୁ ଅଧିକ ଲାଇକ୍ ଆସିଛି ଏବଂ ଲୋକମାନେ ଏହା ଉପରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଭିଡିଓ ଦେଖିବା ପରେ ଜଣେ ୟୁଜର୍ ଲେଖିଛନ୍ତି, ଏହାକୁ ବିଶ୍ୱାସ କରି ହେଉନି।