(ଗୁଜୁରାଟ) : ଏକ ଫାର୍ମା କମ୍ପାନୀରେ ଅଚାନକ ଲାଗିଲା ନିଆଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଏକ ଫାର୍ମା କମ୍ପାନୀରେ । ନିଆଁକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣା ପଡ଼ିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ , ତେବେ ଏହି ଦୁର୍ଘଟଣାରେ କାହାର କେତେ କ୍ଷୟ କ୍ଷତି ହୋଇଛି ଜଣା ପଡିନଥିବା ବେଳେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।