ସୋନପୁର: କରୋନା ସଚେତନତା ଓ ଟୀକାକରଣ ସକାଶେ ବାହାରି ଥିବା ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ପରିକ୍ରମା କରିଛି ।ସୋନପୁରର ଏକସନ ଏଡ, ରେଆର ଓ ଗ୍ରାମଥାନ, ଖଣ୍ଡହତାର ସିୟା ପରିବାର, ଉଲୁଣ୍ଡାର ଯୁବ ମହାସଂଘ, ହେଲପ୍ ଟୁ ଅଦର ଓ ମହାନଦୀ ଯୁବ ସଂଗଠନ ତରଫରୁ ବାହାରିଥୁବା ଏହି ରଥ ଆଜି ବୀରମହାରାଜପୁର ବ୍ଲକର ଉଫୁଲା, ଚମ୍ପାମାଳ, ବାଗବର, ଜଟେସିଂହା, ସୁବଳୟା, ପିତାମହୁଲ, କମିରା, ସଂଗ୍ରାମପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲାl