ଇଦ୍ରେ ଦର୍ଶକଙ୍କୁ ଉପହାର ଦେବେ ଭାଇଜାନ
କିକ୍ ପରେ ଏବେ ସଲମାନ ଖାନ ଓ ସାଜିଦ ନାଡିଆଡୱାଲା ‘କଭି ଇଦ୍ କଭି ଦିୱାଲୀ’ ନେଇ ଆସୁଛନ୍ତି ।
(ମୁମ୍ବାଇ) : କିକ୍ ପରେ ଏବେ ସଲମାନ ଖାନ ଓ ସାଜିଦ ନାଡିଆଡୱାଲା ‘କଭି ଇଦ୍ କଭି ଦିୱାଲୀ’ ନେଇ ଆସୁଛନ୍ତି । ସଲମାନ ଖାନ ଆସନ୍ତା ବର୍ଷ ପୁଣି ଇଦ୍ରେ ପ୍ରଶଂସକଙ୍କୁ ଉପହାର ଦେବେ ବୋଲି ସୂଚନା ମିଳିଛି । ଏହି ଫିଲ୍ମକୁ ଇଦ୍ ୨୦୨୩ରେ ରିଲିଜ୍ କରାଯିବ। ଏଥିରେ ସଲମାନ ଖାନଙ୍କ ସହ ଲିଡ୍ ରୋଲ୍ରେ ଅଭିନେତ୍ରୀ ପୂଜା ହେଗଡେ ରହିବେ।
ସୂଚନାନୁଯାୟୀ , ଫିଲ୍ମର କାହାଣୀ ଫ୍ୟାମିଲି କମେଡି ଉପରେ ପର୍ଯ୍ୟବେଶିତ। ସଲମାନ ପ୍ରତି ବର୍ଷ ପୂର୍ବରୁ ହିଁ ନିଜର ଫିଲ୍ମ ପାଇଁ ଇଦ୍ରେ ତାରିଖ ବୁକ୍ କରିଥାନ୍ତି ।