୨୦୨୨-୨୩ ବଜେଟ୍‌, ଶସ୍ତା ହେବ ଚାର୍ଜର ଓ ଫୋନ

ଜାଣନ୍ତୁ କଣ ହେବ ଶସ୍ତା

ନୂଆଦିଲ୍ଲୀ: ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ହେଉଛି ଅର୍ଥମନ୍ତ୍ରୀ ସୀତାରମଣଙ୍କ ଚତୁର୍ଥ ବଜେଟ୍ । ଏହି ବଜେଟ୍ ରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ ,ଅର୍ଥନୀତି ଓ ସବୁକୁ ଦୃଷ୍ଟିରେ ରଖି ବଜେଟ ହୋଇଛି । ଅନ୍ୟପଟେ ବହୁ ଜିନିଷ ଶସ୍ତା ହେବ । ଏଣିକି ଷ୍ଟିଲ, ଇମିଟେସନ ଗହଣା ଶସ୍ତା ହେବ। ସେହିପରି ବିଦେଶରୁ ଆମଦାନୀ ମେସିନ ଶସ୍ତା ହେବ । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଚମଡ଼ା ସାମଗ୍ରୀ, କପଡ଼ା, ହୀରା ଗହଣା ଓ ରତ୍ନପଥର ମଧ୍ୟ ଶସ୍ତା ହେବା ନେଇ ସୂଚନା ରହିଛି । ଅନ୍ୟପଟେ ବିଦ୍ୟୁତ ଟ୍ରାନ୍‌ସଫର୍ମର ଓ ମୋବାଇଲ୍‌ ଫୋନ୍‌, ଚାର୍ଜର ଏବଂ କ୍ୟାମେରା ଲେନ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି । ଘରୋଇ ସ୍ତରରେ ମୋବାଇଲ୍ ଉତ୍ପାଦନକୁ ଉତ୍ସାହିତ କରାଯିବ । ସେହିପରି ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ମହଙ୍ଗା ହୋଇଛି । ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।