(କଟକ / ଜଗନ୍ନାଥ ମହାନ୍ତି) : ଦ୍ୱିତୀୟ ଦିନରେ ପହଁଚିଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ନିଟ ପିଜି କାଉନ୍ସିଲିଂରେ ବିଳମ୍ବ ହେତୁ ଆନ୍ଦୋଳନ ଜାରି ରଖିଛନ୍ତି ଏସିବି ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ । ଦିଲ୍ଲୀ ନିର୍ମାଣ ଭବନ ଆଗରେ ଆନ୍ଦୋଳନରତ ଶହଶହ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ଏସିବିରେ ମଧ୍ୟ ଡାକ୍ତର ଛାତ୍ରଛାତ୍ରୀ ଜାରି ରଖୀଛନ୍ତି ସେମାନଙ୍କ ହକର ଲଢେଇ। ଆନ୍ଦୋଳନର ପ୍ରମୁଖ କାରଣ ହେଉଛି କାଉନ୍ସିଲ ବିଳମ୍ବ ହେବା ଦ୍ୱାରା ମେଡିକାଲ ପାଠ୍ୟକ୍ରମ ଉପରେ ପଡୁଛି ବଡ଼ ପ୍ରଭାବ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ତେବେ ସରକାର କଣ ପାଇଁ ଏହି ଦିଗରେ ଠୋସ ପଦକ୍ଷେପ ନେଉ ନାହାନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଡକ୍ଟର । ତେବେ ଏହି ଆନ୍ଦୋଳନର କୌଣସି ପ୍ରଭାବ ରୋଗୀଙ୍କ ଉପରେ ପଡୁନି । ଯେପରି ପୂର୍ବ ପରି ସେବା ଓ ଚିକତ୍ସା ହେଉଥିଲା ତାହା ମଧ୍ୟ ବର୍ତ୍ତମାନ ଜାରି ରହିଛି। ଯଦି ରୋଗୀ ସେବା ବନ୍ଦ ପାଇଁ ଉଦେଶ୍ୟ ଥାଆନ୍ତା ତେବେ ଓପିଡ଼ି କିମ୍ବା କାଜୁଆଲଟି ସମ୍ନାରେ ହୋଇଥାନ୍ତା ଧାରଣା ସ୍ଥଳ । ତେବେ ଆନ୍ଦୋଳନ ସେ ପର୍ୟ୍ୟନ୍ତ ଜାରି ରହିବ ଯେ ପର୍ୟ୍ୟନ୍ତ ଦାବି ପୂର୍ଣ୍ଣ ନ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।