ୟୁପି: ଆଜି ବାରଣାସୀ ଠାରେ କାଶୀ ବିଶ୍ୱନାଥ ମନ୍ଦିରର ପ୍ରଥମ କରିଡରର ଉଦଘାଟନ କରାଯାଇଛି । ୩୩୯ କୋଟି ଟଙ୍କା ବ୍ୟୟରେ ତିଆରି ,ପ୍ରଧାନମନ୍ତ୍ରୀଙ୍କର ଏକ ବଡ ଆଶା କୁହାଯାଉଥିବା, ଏହି କରିଡରଟି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୪ ଲୋକସଭା ନିର୍ବାଚନ ସମୟରେ କାଶୀ ଗ୍ରସ୍ତ ସମୟରେ ମା ଗଙ୍ଗା ତାଙ୍କୁ ଡାକରା ଦେଇଥିବାର କହିଥିଲେ । କାଶୀ ବିଶ୍ୱନାଥ ମନ୍ଦିର କେବଳ ସନାତନ ଧର୍ମର ପ୍ରତୀକ ନୁହେଁ ବରଂ ଭାରତର ପରମ୍ପରା ଓ ସଂସ୍କୃତିର ଐତୀହ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତମାନ ଏହି ମନ୍ଦିରକୁ ୫୦୦୦୦ ରୁ ୭୫୦୦୦ ଭକ୍ତ ଦର୍ଶନ ପାଇଁ ଆସିପାରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ସଂଖ୍ୟାରେ ସାଧୁ ସନ୍ଥମାନେ ମଧ୍ୟ ଉପସ୍ଥିତ ଥିଲେ ଏହି ଉଦଘାଟନ କାର୍ଯ୍ୟକ୍ରମରେ।