ନୂଆଦିଲ୍ଲୀ: ୨୧ ବର୍ଷ ପରେ ଭାରତ ହାସଲ କଲା ମିସ ୟୁନିଭର୍ସ ଟାଇଟଲ । ୨୦୨୧ ମିସ ୟୁନିଭର୍ସ ପ୍ରତିଯୋଗୀତାରେ ଭାରତୀୟ ସୁନ୍ଦରୀଙ୍କ ବାଜିମାତ । ଭାରତୀୟ ସୁନ୍ଦରୀ ହରନାଜ କୌର ସାନ୍ଧୁ ଜିତିଲେ ମିସ ୟୁନିଭର୍ସ ଟାଇଟଲ । ପ୍ରତିଯୋଗିତାରେ ଭାଗ ନେଇଥିବା ୮୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସାନ୍ଧୁ ୭୦ ତମ ମିସ ୟୁନିଭର୍ସ ଟାଇଟଲ ନିଜ ନାମରେ କରି ଦେଇଛନ୍ତି । ତାଙ୍କ ଏହି ବିଜୟ ଭାରତ ଇତିହାସରେ ଆଉ ଏକ ଅଧ୍ୟୟ ଯୋଡି ଦେଇଛି । ୨୦୦୦ ମସିହାରେ ଲାରା ଦତ୍ତ ଶେଷ ମିସ ୟୁନିଭର୍ସ ହୋଇଥିଲେ । ଏହା ପୂର୍ବରୁ ୧୯୯୪ରେ ସୁସ୍ମିତା ସେନ ମିସ ୟୁନିଭର୍ସ ମୁକୁଟର ବିଜୟିନୀ ହୋଇଥିବା ବେଳେ ୨୦୦୦ରେ ଲାରା ଦତ୍ତାଙ୍କୁ ମିଳିଥିଲା ଟାଇଟଲ ।
୨୦୨୧ ମିସ ୟୁନିଭର୍ସ ପ୍ରତିଯୋଗିତା ଜିଣିବା ପରେ ତାଙ୍କୁ ପୂର୍ବତନ ମିସ ୟୁନିଭର୍ସ ଆଣ୍ଡ୍ରିଆ ମେଜା ମୁକୁଟ ପିନ୍ଧାଇଥିଲେ । ଏହି ପ୍ରତିଯୋଗିତାରେ ପାରାଗୁଆର ନାଡିଆ ଫେରୈରା ହେଇଛନ୍ତି ପ୍ରଥମ ରନର୍ସ ଅଫ ହୋଇଥିବ।। ବେଳେ ସାଉଥ ଆଫ୍ରିକାର ଲାଲେଲା ମିସୱାନେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି । ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତା ସୋମବାର ସକାଳେ ଆୟୋଜନ ହୋଇଥିଲା ।