ବ୍ୟବସାୟକୁ ନେଇ ଚିନ୍ତାରେ କି ନିରଞ୍ଜନ

ଭୁବନେଶ୍ୱର: ଗତକାଲି କମିସନରେଟ ପୁଲିସ ପ୍ରଶାସନର ଦବଙ୍ଗଗିରି ଦେଖିଲେ ରାଜ୍ୟବାସୀ । ପୁଲିସର ତାଣ୍ଡବ ଲୀଳାର ଭିଡିଓ ହେଲା ଭାଇରାଲ । କିପରି ପୁଲିସ ଗୋଡାଇ ଗୋଡାଇ କଂଗ୍ରେସ କାର୍ଯ୍ୟାଳୟ ଭିତରେ କଂଗ୍ରେସ କର୍ମୀଙ୍କ ଛେଚିଲା । କାହାର ମୁଣ୍ଡ ଫାଟିଲା ତ ପୁଣି କାହାର ହାତ ବା ଗୋଡ ଭାଙ୍ଗିଲା । ପୁଲିସର ଏହି ବର୍ବୋରଚିତ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଗଲା । ଏହାକୁ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ନିନ୍ଦା କଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଲିସର ଏହି ନୃଶଂସତାକୁ ନେଇ ଉଠାଇଲେ ପ୍ରଶ୍ନ । ପୁଲିସର କାର୍ଯ୍ୟ ସମ୍ପୂର୍ଣ୍ଣ ଆଇନ ବିରୋଧୀ କହିଲେ । ଆଇନରେ ନାହିଁ ଗୋଡେଇ ଗୋଡେଇ ବାଡେଇବା । ଯଦି ନିୟନ୍ତ୍ରଣ ବାହାରକୁ ଭିଡ ଗଲେ ସାମାନ୍ୟ ଟିମକୁ ନେଇ ପୁଲିସକୁ କାର୍ଯ୍ୟ କରିବା । କିନ୍ତୁ ପୁଲିସକୁ କିଏ ଦେଲା ପାର୍ଟି ଅଫିସ ଭିତରକୁ ପସିବାର ଅଧିକାର । ଯେଉଁଭଳି ପାର୍ଟି ଅଫିସରରେ ପସି କବାଟ ବାଡଉଥିଲା, ତାହା ଆଟେମ୍ପଟ ଟୁ କମିଟ ମର୍ଡର ମାମଲା ଲାଗିପାରିବ । ତେଣୁ ସିପି ଭୁବନେଶ୍ୱରରେ ଅନୁପସ୍ଥିତି କାରଣରୁ ଡିସିପି ଦାୟୀ । ତେଣୁ ଡିସିପିଙ୍କୁ ନିଲମ୍ବନ କରିବାକୁ ନରସିଂହ କହିଥିବ। ବେଳେ ଡିସିପିଙ୍କ ନିଲମ୍ବନ ପାଇଁ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଉକ୍ତ ଦାବିପତ୍ରରେ ପିସିସି ମୁଖ୍ୟ ଦସ୍ତଖତ ଦେବାକୁ କରିଦେଲେ ରୋକଠୋକ ମନା । ମୁଁ ଦେବି ନାହିଁ ଦସ୍ତଖତ । ମୁଖ୍ୟଙ୍କର ଏପରି ବ୍ୟବହାରକୁ ନେଇ ଚର୍ଚ୍ଚା । ଦସ୍ତଖତ କରିବାକୁ କଣ ଡରୁଛନ୍ତି ପିସିସି ମୁଖ୍ୟ? ତେବେ କାହିଁକି? ଏତାଦୃଶ ବ୍ୟବହାର କଂଗ୍ରେସ କର୍ମକର୍ତ୍ତାଙ୍କ ମନୋବଳ ଭାଙ୍ଗିଦେଉନାହିଁ କି? ଏହା କଂଗ୍ରେସର ସାଂଗଠନିକ ମୂଳଦୁଆକୁ ଦୁର୍ବଳ କରିବ ନାହିଁ କି?

କଂଗ୍ରେସ ପରି ଏକ ଜାତୀୟ ଦଳର ମୁଖ୍ୟାଳୟ ମଧ୍ୟକୁ ବିନା ଅନୁମତିରେ ପଶିଲା ପୋଲିସ । ଖାଲି ପଶିଲା ନାହିଁ, ବନ୍ଦ ଥିବା କୋଠରୀର କବାଟକୁ ମାରୁଥିଲା ଗୋଇଠା । ଅବଶ୍ୟ କବାଟ ଖୋଲି ନଥିଲା । କିନ୍ତୁ ପୁଲିସ ସେହି ସମୟରେ ଯେଉଁ ଆକ୍ରାମକ ରୂପ ନେଇଥିଲା, ଯଦି କୌଣସି କବାଟ ଭାଙ୍ଗିଯାଇଥାନ୍ତା, ବା କବାଟ ଭାଙ୍ଗିପଡିବା ଦ୍ୱାରା କାହାର ଜୀବନ ହାନୀ ଘଟିଥାନ୍ତା ଏଥିଲାଗି କିଏ ଦାୟୀ ରହିଥାନ୍ତେ? କଣ ପିସିସି ସଭାପତି ହୋଇଥାନ୍ତେ ଉତ୍ତରଦାୟୀ? ଯଦି ଦଳ କର୍ମକର୍ତ୍ତାଙ୍କ ପ୍ରତି ଉତ୍ତର ଦାୟୀ ରହିବ ନାହିଁ, ଯଦି ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବ ନାହିଁ ତେବେ କାହିଁ ଯୁବପିଢି କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେବେ?

ଆମ ରାଜ୍ୟ କଂଗ୍ରେସର ମୁଖ୍ୟ ଖାଲି ସାମ୍ବାଦିକ ସମ୍ମିଳନୀରେ ଏହାକୁ ବିରୋଧ, ନିନ୍ଦା କରି ନିଜ ଦାୟିତ୍ୱ ସମ୍ପାଦନ କରିଦେଲେ । ଯେତେବେଳେ ଡିସିପିଙ୍କ ନିଲମ୍ବନ ପାଇଁ ଦାବି ହେଲା ସେତେବେଳେ ମୁଖିଆ ଦେଲେ ପଛଘୁଞ୍ଚା । ମୁଖ୍ୟଙ୍କ ଏପରି କାର୍ଯ୍ୟକୁ ନେଇ କଂଗ୍ରେସ ଶିବିରର ଚାପା ଗୁଞ୍ଜରଣ । ପିସିସି ଦସ୍ତଖତ ଦେବାକୁ ଡରୁଛନ୍ତି । ଦସ୍ତଖତ ଦେଲେ ତାଙ୍କ କାରବାରର ପେଡି କାଳେ ଖୋଲିବ ଏହି ଭୟ ତାଙ୍କୁ ଘାରିଥିବା କୁହାଯାଉଛି । ଅନ୍ୟପଟେ, ନିରଞ୍ଜନଙ୍କ କାର୍ଯ୍ୟ ପାଇଁ କର୍ମକର୍ତ୍ତା ସୁରକ୍ଷା ନ ପାଇ ଦଳ ଛାଡିବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ବିଜେଡିକୁ ସୁହାଇବା ପରି କାର୍ଯ୍ୟ ସେ କରୁଥିବା ଅଭିଯୋଗ ହୋଇ ଆସୁଥିଲା, ବର୍ତ୍ତମାନର ସ୍ଥିତିକୁ ଦେଖି ଶୁଣା କଥା ଶତପ୍ରତିଶତ ସତ୍ୟ ମନେ ହେଉଛି । ପରୋକ୍ଷରେ କର୍ମକର୍ତ୍ତାଙ୍କୁ ଦଳ ଛାଡିବାକୁ ସେ ପ୍ରବର୍ତ୍ତାଉଥିବା ଶୁଣିବାକୁ ମିଳୁଛି