ଚଣ୍ଡିପ୍ରସାଦ ମହାନ୍ତି ହେବେ ନୂଆ ସେନା ମୁଖ୍ୟ

ଭୁବନେଶ୍ୱର: ସ୍ଥଳସେନା ମୁଖ୍ୟ ହେବେ ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି । ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ପରେ ସିଡିଏସ ପଦ ଖାଲିଥିବାରୁ ସ୍ଥଳ ସେନା ମୁଖ୍ୟ ଏମଏମ ନରଭାଣେଙ୍କୁ ଦ୍ୱିତୀୟ ସିଡିଏସ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି । ଏହା ପରେ ସ୍ଥଳ ସେନା ମୁଖ୍ୟ ପଦକୁ ଚଣ୍ଡି ପ୍ରସାଦଙ୍କୁ ଉନ୍ନିତ କରାଯିବାର ସମ୍ଭାବନା ରହିଛି । କାରଣ ଚଣ୍ଡି ପ୍ରସାଦ ବର୍ତ୍ତମାନ ସ୍ଥଳ ସେନାର ଉପମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି ।
ଓଡିଶାର ଜଗତସିଂହ ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି ଚଣ୍ଡିପ୍ରସାଦ । ଚଣ୍ଡିପ୍ରସାଦ ତାଙ୍କ ସାଧାରଣ ଶିକ୍ଷା ଅଧ୍ୟୟନ ପରେ ଡେରାଡୁନ ରାଷ୍ଟ୍ରୀୟ ଭାରତୀୟ ସାମରିକ କଲେଜର ଅଧ୍ୟୟନ କରିଥିଲେ । ଏହା ପରେ ସେ ୱେଲିଂଟନ ଡିଫେନ୍ସ ଷ୍ଟାଫ କଲେଜରେ ନାମ ଲେଖାଇଥିଲେ । ୧୯୮୬ରେ ଚଣ୍ଡିପ୍ରସାଦ ରାଜପୁର ରେଜିମେଣ୍ଟର ୨ୟ ଲେପ୍ଟନାଶଣ୍ଟ ଭାବେ କାର୍ଯ୍ୟ କରିଥିଲେ । ସେ ବହୁ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ କାର୍ଯ୍ୟକରି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ସେସବୁ ମଧ୍ୟରେ ଜମ୍ମୁ କାଶ୍ମୀର ଓ ଉତ୍ତର ପୂର୍ବାଞ୍ଚଳ ସେନା ଦାୟିତ୍ୱ, କଙ୍ଗୋରେ ଜାତିସଂଘ ବ୍ରିଗେଡ ଓ ଚିଚିଲ୍ସରେ ସରକାରଙ୍କ ପରାମର୍ଶଦାତା ପରି ଗୁରୁଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକୁ ନେଇ ପରମବୀର ସେବା ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମ।।ନ ପରି ବହୁ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କ ଦକ୍ଷତା, କର୍ମନିଷ୍ଠତାକୁ ନେଇ ଗତ ଫେବୃଆରୀ ୧ ତାରିଖରେ ତାଙ୍କୁ ସ୍ଥଳ ସେନାର ଉପମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।