(ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ) : ପୋଲିସ ଦ୍ଵାରା ଦୁଇ ଯୁବକ ଗିରଫ ପ୍ରତିବାଦରେ ଥାନା ଘେରାଉ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତଫତେପୁର ଗ୍ରାମର ଦୁଇ ଯୁବକଙ୍କୁ କୁଜଙ୍ଗ ପୋଲିସ ଗତକାଲି ରାତିରେ ଗିରଫ କରି ଥାନାକୁ ଆଣିଥିଲେ।ଫଳରେ ଗିରଫ ପ୍ରତିବାଦରେ ଫତେପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ କୁଜଙ୍ଗ ଥାନା ପରିସରରେ ପହଞ୍ଚି ଦୁଇ ଜଣଙ୍କୁ ଛାଡ଼ିଦେବା ପାଇଁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ ୮ ତାରିଖ ଦିନ ଫତେପୁର ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କ ଘରେ ବିଦ୍ୟୁତ ମିଟର ରିଡିଙ୍ଗ କରିବାକୁ ଯାଇ ଘରେ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ଅସଦାଚରଣ କରିବା ସହିତ ଜାତିକୁ ନେଇ ଗାଳିଗୁଲଜ ସହିତ ଗ୍ରାମବାସୀଙ୍କୁ ଗାଳି ଅଭିଯୋଗରେ ପ୍ରଶାନ୍ତ ମଲ୍ଲିକ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ । ପରେ ବିଦ୍ୟୁତ୍ ବିଭାଗ ସ୍କ୍ୱାର୍ଡ ଚେକିଂ ବେଳେ ସ୍କ୍ୱାର୍ଡଙ୍କୁ ମାରଧର କରିବା ନେଇ ଏତଲା ହେବାପରେ ପୋଲିସ ଫତେପୁର ଗ୍ରାମର ପ୍ରଶାନ୍ତ ସାହୁ ଓ ସୁଶାନ୍ତ ସାହୁଙ୍କୁ ଗିରଫ କରି ଥାନାକୁ ଆଣିଥିବା ବେଳେ ଦୁଇଜଣଙ୍କୁ ଛାଡି ଦେବା ପାଇଁ ଫତେପୁର ଗ୍ରାମବାସୀ ମାନେ ଦାବୀ କରିଛନ୍ତି।ଅନ୍ୟପଟେ କୁଜଙ୍ଗ ପୋଲିସ ପ୍ରଶାନ୍ତ ସାହୁ ଓ ସୁଶାନ୍ତ ସାହୁଙ୍କୁ ଅଟକ ରଖିଥିବା ବେଳେ ଫତେପୁର ଗ୍ରାମର ମହିଳା ମାନେ ଥାନା ସମ୍ମୁଖରେ ଧାରଣା ଦେବା ସହିତ ମାଣ ବସାଇ ପୂଜାର୍ଚ୍ଚନା କରିଥିବା ପରିଲକ୍ଷିତ ହେଉଛି। ଏଥିସହିତ ଦିନ ସାରା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସନ୍ଧ୍ୟା ରେ ଏହାର ପୂର୍ଣ୍ଣଛେଦ ପଡିଛି । ଗିରଫ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଅଭିଯୋଗ ହୋଇଥିବା ବିଦ୍ୟୁତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ପକ୍ଷରୁ ପ୍ରକାଶ ପରେ ଗ୍ରାମବାସୀ ମାନେ କୁଜଙ୍ଗ ଥାନାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।