ବାଲ୍ୟବିବାହ ନିରାକରଣ ପରାମର୍ଶ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ଓମପ୍ରକାଶ ମିଶ୍ର  / ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମୈତ୍ରୀ ସଦନ ଠାରେ ରେଆର ଦ୍ବାରା ଏସ୍ କେ ଏନ୍ ନେଦରଲ୍ୟାଣ୍ଡ ସହାୟତା ରେ ଏକ ଦିବସିୟ ବାଲ୍ୟବିବାହ ନିରାକରଣ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ସମ୍ମାନିତ ଅତିଥି ଭାବରେ ଏକଶନ ଏଡ୍ ପ୍ରତିନିଧି ରାକେଶ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବର୍ଣା ଡୁନଡୁଙ୍ଗ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ, ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ପ୍ରକାଶ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ରୁଦ୍ରପ୍ରକାଶ ମିଶ୍ର ଯୋଗ ଦେଇଥିଲେ।