ଓଡିଆ ସହିଦ ଯବାନଙ୍କୁ ବୀରଚକ୍ର

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ସହିଦ ଯବାନଙ୍କୁ ବିରଚକ୍ର ପ୍ରଦାନ କରାଯାଇଛି । ଓଡିଆ ସହିଦ ଯବାନ ହେଉଛନ୍ତି ନାଏବ ସୁବେଦାର ନୁଦୁରାମ । ସୁବେଦାର ନୁଦୁରାମ ଗତବର୍ଷ ଗଲୱାନ ଘାଟିରେ ସହିଦ ହୋଇଥିଲେ । ରାଷ୍ଟ୍ରପତିଙ୍କ ଠାରୁ ବୀରଚକ୍ର ଗ୍ରହଣ କରିଛନ୍ତି ନୁଦୁରାମଙ୍କ ପତ୍ନୀ । ୨୦୨୦ ଜୁନ ୧୫ ତାରିଖରେ ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ଯେଉଁଥିରେ ଦେଶର ଅନେକ ଯବାନ ପ୍ରାଣ ହରାଇଥିଲେ ।

ଗଲୱାନ ଘାଟିରେ ୨୦ ଯବାନ ସହିଦ ହୋଇଥିଲେ । ୧୫ ତାରିଖ ସନ୍ଧ୍ୟାରେ ଭାରତୀୟ ସେନା ଜଣେ କମାଣ୍ଡିଂ ଅଫିସର ଏବଂ ଦୁଇ ଜଣ ଯବାନ ପାଟ୍ରୋଲିଂରେ ଯାଇଥିବା ବେଳେ ଚୀନ ସେନା ପକ୍ଷରୁ ଅପରପଟୁ ଆକ୍ରମଣ କରାଯାଇଥିଲା। ଟେକା ପଥର ମାଡ଼ କରିଥିଲା। ଏହାର ପାଳଟା ଜବାବ ଦେଇଥିଲା ଭାରତୀୟ ସେନା। ଉଭୟ ସେନାଙ୍କ ଭିତରେ ଜୋରଦାର ସଂଘର୍ଷ ହୋଇଥିଲା। ଭାରତୀୟ ଏବଂ ଚୀନ ସେନା ପୂରା ହାତାହାତି ହୋଇଥିବା ସୂଚନା ମିଳିଥିଲା ।