ପଞ୍ଜାବର ମହିଳାଙ୍କୁ ମିଳିବ ପ୍ରତି ମାସରେ ହଜାରେ ଟଙ୍କା

ନୂଆଦିଲ୍ଲୀ : ପଞ୍ଜାବରେ ଆମ୍ ଆଦମୀର ବଡ ଘୋଷଣା । ଯଦି ଆପର ସରକାର ଆସେ ତେବେ ପଞ୍ଜାବର ପ୍ରତି ମହିଳାଙ୍କୁ ଏକ ହଜାର ଟଙ୍କା ମିଳିବ । ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ମାସରେ ଏହି ରାଶି ଦିଆଯିବ । ତେବେ ଏହି ଟଙ୍କା ମହିଳାଙ୍କୁ ସଶକ୍ତିକରଣ କରିବାକୁ ସାହାଯ୍ୟ କରିବ ବୋଲି କହିଛନ୍ତି କେଜିରିୱାଲ ।