ପୁରୀ : ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ଉଡ଼ାନ ଦିବସ । ଏହି ଅବସରରେ ବିମାନ ଚଳାଚଳ ମନ୍ତ୍ରୀ ସନ୍ଧିଆ ପୁରୀରେ ଗ୍ରୀନ ଫିଲଡ ଏୟାରପୋର୍ଟ ହେବା ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି।
ଜୟପୁର ଓ ଉତ୍କେଲା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଜୟପୁର ଓ ଉତ୍କେଲା ପ୍ରସ୍ତାବ ମଧ୍ୟ ଶୀଘ୍ର ରାଜ୍ୟ ସରକାର ଦିଅନ୍ତୁ। ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।