୨୮ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପାଇଁ ୨୮ ନଭେମ୍ବରରେ ଆରମ୍ଭ ହେବାକୁ ଯାଉଛି ସର୍ବଦଳୀୟବୈଠକ । ଏହି ବୈଠକରେ ସାମିଲ ହେବେ ମୋଦୀ । ଏବଂ ସେହି ଦିନ ସଂଧ୍ୟାରେ ବିଜେପି ସଂସଦୀୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ହେବାକୁ ଯାଉଛି । ଶୀତ କାଳୀନ ଅଧିବେଶନ ୨୯ ନଭେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ଯାଏଁ ଚାଲିବ ।
ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ଓ ଏମଏସପି ଦାବୀ ନେଇ କେନ୍ଦ୍ର ସରକାରକୁ ଘେରିବେ ବିରୋଧୀ । ତେବେ ଏହି ଶୀତ ଅଧିବେଶନରେ ତୃଣମୁଳ ମଧ୍ୟ ବିଜେପିକୁ ତ୍ରିପୂରା ହିଂସାକୁ ନେଇ ଘେରିବ ।