(ପାଟଣା) : ଘର ଭିତରେ ପଶିଗଲା କାଠ ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଚମ୍ପୁଆ କେଟି ରୋଡ଼ ନନ୍ଦପୁର ନିକଟରେ । ସୂଚନା ଅନୁଯାୟୀ ଉକ୍ର ଗ୍ରାମର ବିଧବା ମହିଳା ଫିରିକିି ମୁଣ୍ଡାଙ୍କ ଘରେ ଏକ କାଠ ବୋଝେଇ ଟ୍ରାକ୍ଟର ଭାରସ୍ୟାମ ହରାଇ ଘର ଭିତରେ ପଶିଯାଇଥିଲା । କିନ୍ତୁ ବର୍ତ୍ତି ଯାଇଥିଲେ ପରିବାର ଲୋକେ । ସୂଚନା ପାଇ ବାରିଆ ଥାନା ପୋଲିସ ଉଖୁଣ୍ଡା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଛି।