ଗୋଟିଏ ବେଡରେ ଥିଲେ ପୁଲିସ ଏବଂ ଜଣେ ମହିଳା , ପହଞ୍ଚିଗଲେ ସ୍ତ୍ରୀ ତାପରେ …

(ବ୍ୟୁରୋ) : ସାଧାରଣତଃ ପୁଲିସ ମାନେ ବିଭିନ୍ନ ବେଆଇନ କାର୍ଯ ଉପରେ ଚଢାଉ କରିଥାନ୍ତି । କିନ୍ତୁ ଏଠି ଜଣେ ପୁଲିସ ବାବୁଙ୍କ ପରକିୟା ପ୍ରିତି ଚାଲିଥିବା ବେଳେ ଚଢଉ କରିଛନ୍ତି ପୁଲିସ ବାବୁଙ୍କ ସ୍ତ୍ରୀ । ଆଉ ଚଢଉ ପରେ ଆରମ୍ଭ ହେଲା ଉତ୍ତମ ମଧ୍ୟମ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ ।
ସମ୍ପୁର୍ଣ୍ଣ ଘଟଣା କିଛୀ ଏମିତି ମଙ୍ଗଳବାର କାନପୁରରେ ମହିଳା ଶସକ୍ତକରଣ କାର୍ୟ୍ୟକ୍ରମ ଶକ୍ତି ସଙ୍ଗମ ଆୟୋଜିତ ହେବାର ଅଛି । ପୋଲିସ ଇନ୍ସପେକ୍ଟର ଅରୁଣ କୁମାର ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥାନ୍ତେ । କିନ୍ତୁ ସେ ସେଠାକୁ ନଯାଇ ଅନ୍ୟ ଜଣେ ମହିଳାଙ୍କ ସହ କ୍ୟାଣ୍ଡି ପ୍ୟାଲେସ ନାମକ ଏକ ହୋଟେଲରେ ପରକିୟା ପ୍ରିତୀରେ ଲିପ୍ତ ଥିଲେ । ସେହି ସମୟରେ ପହଞ୍ଚିଗଲେ ସ୍ତ୍ରୀ ଆଉ ଉଭୟଙ୍କୁ ଧରି ନିଧୁମ ଛେଚିଲେ ଏବଂ ବିରଷ୍ଠ ଅଧିକାରିଙ୍କ ନିକଟରେ ଅଭିଯୋଗ ମଧ୍ୟ କଲେ ।
ତେବେ ପୁଲିସ ବାବୁଙ୍କର ଏହି ହୋଟେଲକୁ ଆସିବା କିଛି ନୂଆ କଥା ନୁହେଁ ସେ ବହୁତ ଥର ଆସନ୍ତି ମୁହଁ ହାତ ଧୋଇବାକୁ ଯାହା ହୋଟେଲ କର୍ମଚାରୀ କହିଛନ୍ତି । ଘଟଣାଟି ସମ୍ନାକୁ ଆସିବା ପରେ ପୁଲିସ ବାବୁଙ୍କୁ ସସପେଣ୍ଡ କରାଯାଇଛି ।