ସୁକୁମା ସିଆରପିଏଫ କ୍ୟାମ୍ପରେ ଅଘଟଣ

ସୁକୁମା: ଛତିଶଗଡ଼ ସୁକୁମା ଜିଲ୍ଲା ମାରାଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଗୁଳିକାଣ୍ଡ । କ୍ୟାମ୍ପରେ ଜଣେ ଯବାନ ସାଥୀ ଗୁଳି ମାରିବାରୁ ଘଟଣା ସ୍ଥଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯବାନମାନେ ହେଲେ ଧାନଜୀ,ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ ଧର୍ମେନ୍ଦ୍ର କୁମାର । ସେହିପରି ଗୁରୁତରମାନେ ହେଲେ ଧନଞ୍ଜୟ କୁମାର ସିଂ, ଧର୍ମାତ୍ମ କୁମାର ଓ ମଳୟ ରଞ୍ଜନ ମହାରଣା । ଗୁରୁତର ଯବାନମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହାତ ସିଆରପିଏଫ ୫୦ ବାଟାଲିୟନର ଯବାନ । ପରସ୍ପର ମଧ୍ୟରେ ଝଗଡ଼ା ପରେ ଯବାନ ଜଣକ ନିଜ ସର୍ଭିସ ବନ୍ଧୁକରୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁକୁମା ଏସପି ।