ଭୁବନେଶ୍ୱର : ମନରେଗାକୁ ନେଇ ବିଜେପି ବାରମ୍ବାର ମିଥ୍ୟା ତଥ୍ୟ ଦେଉଛି । ଏଥିପାଇଁ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ମନରେଗାର ବର୍ତ୍ତମାନ ସ୍ଥିତି ନେଇ ବିଜେପିର ଜ୍ଞାନ ନାହିଁ। ପୂର୍ବରୁ ଅର୍ଦ୍ଧସତ୍ୟ କହିଥିଲେ, ଏବେ ବି ଦୋହରାଉଛନ୍ତି । ୨୯ ଅକ୍ଟୋବରରେ ଜାତୀୟ ଗଣମାଧ୍ୟମ ହିନ୍ଦୁରେ ରିପୋର୍ଟ ବାହାରିଥିଲା ଯେ ଏପର୍ୟ୍ୟନ୍ତ ୨୧ଟି ରାଜ୍ୟକୁ ମନରେଗା ଅର୍ଥ ଯାଇନାହିଁ ।
୮ ହଜାର ୬୮୬ କୋଟିର ନେଗେଟିଭ ବାଲାନ୍ସ କେନ୍ଦ୍ର ବଜେଟରେ ଦେଖାଉଛି । କାରଣ ଟଙ୍କା ନାହିଁ । ଓଡ଼ିଶାର ଏପ୍ରିଲରୁ ୭୪୬ କୋଟି ଟଙ୍କା ମିଳିନି । ଟଙ୍କା ତ ଆସିନି । ଲୋକଙ୍କୁ କାମ କେମିତି ଦିଆଯିବ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ?