ଆଜି କେଦାରନାଥ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ
ଆଜି କେଦାରନାଥ ମନ୍ଦିର ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
(ଦିଲ୍ଲୀ) : ଆଜି କେଦାରନାଥ ମନ୍ଦିର ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏଥି ସହିତ ୧୩୦ କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିବେ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ , ଜାନୁଆରୀ ୨୦୨୦ ରେ ତ୍ରିଭେନ୍ଦ୍ର ସିଂ ରାଓ୍ବତ ସରକାର ଚାରି ଧାମ ଦେବସ୍ଥାନମ୍ ବୋର୍ଡର ଗଠନ କରିଥିଲେ। ଏହା ସହିତ ଚାରି ଧାମ ସହିତ ୫୧ଟି ମନ୍ଦିରର ନିୟନ୍ତ୍ରଣ ୫୧ ରାଜ୍ୟ ସରକାରଙ୍କ ପାଖକୁ ଯାଇଥିଲା। ଉତ୍ତରାଖଣ୍ଡରେ କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଓ ବଦ୍ରୀନାଥ ଚାରି ଧାମ ରହିଛି। ସେବେଠାରୁ ପୂଜକ ଓ ପଣ୍ଡା ସମାଜ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରୁଛି।