ଫେରିଲା ଲକଡ଼ାଉନ, ପର୍ଯ୍ୟଟନ ସ୍ଥଳୀରେ କଟକଣା

ନୂଆଦିଲ୍ଲୀ: ଚିନରେ ପୁଣି ଅଣାୟତ ହେବାରେ ଲାଗିଛି କରୋନା । ଏବେ ସେଠାରେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋଭିଡ଼ର ଡ଼େଲଟା ଭ୍ୟାରିଆଣ୍ଟ । ସଂକ୍ରମଣ ବଢ଼ୁଥିବା ନେଇ ଏବେ ଅନେକ ସ୍ଥାନରେ ପୁଣି ଲକଡ଼ାଉନ ଘୋଷଣା କରାଯାଇଛି । ଏହା ସହିତ ପର୍ଯ୍ୟଟକଙ୍କମାନଙ୍କ ପାଇଁ କଟକଣା ଜାରି କରାଯାଇଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ବନ୍ଦ କରିଦିଆଯାଇଛି । ଚୀନର ମଙ୍ଗୋଲିୟା ସ୍ଥିତ ଏଜିନ୍ କାଉଣ୍ଟିଂ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ସେଠାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧିପାଇବାରେ ଲାଗିଛି । ଏଜିନ୍ର ଜନସଂଖ୍ୟା ହେଉଛି ୩୫,୭୦୦ । ସେଠାରେ ଗତ ସପ୍ତାହକ ମଧ୍ୟରେ ୧୫୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଠାରେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ପାଇଁ ଲୋକମାନଙ୍କୁ କଡା ଚେତାବନୀ ଦିଆଯାଇଛି । ଚୀନ ସରକାରଙ୍କ ପକ୍ଷରୁ କରୋନା କଟକଣା ପାଳନ କରିବା ପାଇଁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି ।