ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା, ଜନ ଜୀବନ ଅସ୍ତବ୍ୟସ୍ତ
ଜଳେଶ୍ୱର (ଅଜିତ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷାପାଇଁ ଜଳକା ଓ ସୁବର୍ଣ୍ଣରେଖା ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜଳକା ନଦୀରେ ମଥାନି ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ଦିନ ୧୨ ଟା ସୁଦ୍ଧା ୬.୬୨ ମିଟର ଜଳ ପ୍ରବାହିତ ହେଉଛି । ସେହିପରି ସୁଵର୍ଣରେଖା ନଦୀର ରାଜଘାଟଠାରେ ମଧ୍ୟ ସତର୍କ ସୂଚନା ୯.୪୫ ମିଟର ଥିବା ବେଳେ, ବନ୍ୟା ପାଣି ୯.୭୪ ମିଟରରେ ପ୍ରବାହିତ ହେଉଛି । ତେଣୁ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ୱର ଭୋଗରାଇ ଇତ୍ୟାଦି ବ୍ଲକର ତଳିଆ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।