ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଟଙ୍କା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକ କୋଟସମଲାଗ ଗ୍ରାମ ନିକଟରେ ଥିବା ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀ କ୍ଷେତ୍ରରେ । ଗତକାଲି ରାତିରେ ଦୁବୃର୍ତ୍ତମାନେ ଆସି ମନ୍ଦିର ଭିତରରୁ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ହୁଣ୍ଡିଟି ମନ୍ଦିରରୁ ୫୦ମିଟର ଦୂରରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ଠେଙ୍ଗୋ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।