ସମୁଦ୍ର ଭିତରୁ ନୂଆଖାଇ ଶୁଭେଛା
(ରିପୋଟର୍ସ ଟୁଡେ): ଆଜି ପଶ୍ଚିମ ଓଡିଶା ପାଳୁଛି ନୂଆଖାଇ । ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନେ ମଧ୍ୟ ଏହି ନୂଆଖାଇରେ ନିଜ ଘରକୁ ଆସି ନିଜର ଖୁସି ଜାହିର କରନ୍ତି । ତେବେ ଏହି ନୂଆଖାଇରେ ସମସ୍ତେ ସମସ୍ତଙ୍କୁ ଶୁଭେଛା ଜଣାଇଥାନ୍ତି । କିନ୍ତୁ ଦୁବାଇରୁ ନୂଆଖାଇର ଏକ ଭିନ୍ନ ରୂପରେ ଶୁଭେଛା ଜଣେଇଛନ୍ତି ଓଡିଆ ବାପା, ଝିଅ । ଦୁବାଇରେ ବାସ କରୁଥିବା ବାପା ବନବାସୀ ପାଣିଗ୍ରାହି ଓ ୧୧ ବର୍ଷିୟ ଶିଅ ଶିଶ୍ୟା ପାଣିଗ୍ରାହି ଆରବ ମହାସାଗରର ୪୦ ଫୁଟ ଗଭିରତାକୁ ଯାଇ ଏକ ପ୍ଲାଏ କାର୍ଡରେ ନୂଆଖାଇ ଜୁହାର ଏବଂ ଶୁଭ ନୂଆଖାଇ ଲେଖି ଏକ ଅଭିନବ ଉପାୟରେ ଶୁଭେଛା ଜଣାଇଛନ୍ତି ।