ଟୀକା ବିନା ସରକାରୀ କର୍ମଚାରୀଙ୍କୁ ଛୁଟିରେ ପଠାଇବେ ସରକାର

ଆପଣ କରୋନା ଟିକା ନେଇ ନାହାନ୍ତି ତାହାଲେ ଆଉ ଅଫିସ ବା କର୍ମକ୍ଷେତ୍ରକୁ ଆସି ପାରିବେ ନାହିଁ

(ପଞ୍ଜାବ) : ଆପଣ କରୋନା ଟିକା ନେଇ ନାହାନ୍ତି ତ , ତାହାଲେ ଆଉ ଅଫିସ ବା କର୍ମକ୍ଷେତ୍ରକୁ ଆସି ପାରିବେ ନାହିଁ । ଆପଣଙ୍କୁ ଜୋର ଜବରଦସ୍ତ ଛୁଟି ଦିଆଯିବ । ଏମିତି ଏକ ନିର୍ଦ୍ଦେଶ ଜାରି କରିଛନ୍ତି ପଞ୍ଜାବ ସରକାର। ପଞ୍ଜାବ ସରକାରଙ୍କ କର୍ମଚାରୀ ଯଦି ମେଡିକାଲ ବ୍ୟତୀତ ଆଉ କୌଣସି ଅନ୍ୟ କାରଣରୁ କରୋନା ପ୍ରତିରୋଧି ଟିକାର ପ୍ରଥମ ଡୋଜ୍‌ ନେଇ ନାହାନ୍ତି , ତ ତାଙ୍କୁ ୧୫ ସେପ୍ଟେମ୍ୱର ପରେ ଅନିର୍ବାର୍ଯ୍ୟ ରୂପେ ଛୁଟିରେ ପଠାଇ ଦିଆଯିବ।

ସୂଚନାନୁଯାୟୀ , ଏହାସହ ସିଏମ୍‌ଓ କହିଛନ୍ତି କି ପଞ୍ଜାବର ସିଏମ୍‌ଓ କହିଛନ୍ତି କି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଆଗାମୀ ଉତ୍ସବ ସମୟକୁ ଦେଖି ବର୍ତ୍ତମାନର କୋଭିଡ୍‌ ପ୍ରତିବନ୍ଧକଙ୍କୁ ୩୦୯ ସେପ୍ଟେମ୍ୱର ଯାଏ ବୃଦ୍ଧି କରେଇବାର ଆଦେଶ ଦେଇଛନ୍ତି । ଏହି ପ୍ରତିବନ୍ଧକ ଅନୁସାରେ ପଲିଟିକାଲ ସହ ସବୁ ସଭା ଗୁଡ଼ିକରେ ସର୍ବାଧିକ ଲୋକଙ୍କ ସଂଖ୍ୟା ୩୦୦ ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଦୃଢ଼ ଭାବେ ଲାଗୁ କରିବା ଭଳି ନିୟମ ରହିଛି ।