ନିପା ଭାଇରସ : ଡାକ୍ତରଖାନା ପ୍ରଶାସନକୁ ସଶକ୍ତ କରିବାକୁ କେନ୍ଦ୍ରର ନିର୍ଦେଶ

ଗୋଟିଏ ପଟେ କରୋନା ଲହର ନ କମୁ ପୁଣି ଆସିଲାଣି ଆଉ ଏକ ନିପା ଭାଇରସ, ପ୍ରାୟ ସବୁ ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ଥିଲା ବେଳେ

(କେରଳ) : ଗୋଟିଏ ପଟେ କରୋନା ଲହର ନ କମୁ ପୁଣି ଆସିଲାଣି ଆଉ ଏକ ନିପା ଭାଇରସ, ପ୍ରାୟ ସବୁ ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ଥିଲା ବେଳେ କେରଳରେ କିନ୍ତୁ ଆସୁନି ସୁଧାର, ଏତିକି ବେଳେ ନିପା ଭାଇରସ ପୁଣି ଡର ବଢାଇଛି। କେରଳରେ ନିପା ଭାଇରସ ସଂକ୍ରମଣରେ ଜଣେ ୧୨ ବର୍ଷର ଶିଶୁର ମୃତ୍ୟୁ ହେବା ପରେ କେନ୍ଦ୍ର ସରକାର ସୋମବାର କେରଳ ସରକାରଙ୍କୁ ଚିଠି ଲେଖି ଏହା ଉପରେ ତିକ୍ଷ୍ଣ ନଜର ସହ କଣ୍ଟାକ୍ଟ୍ ଟ୍ରେସିଂ, ଡାକ୍ତରଖାନା ପ୍ରଶାସନକୁ ସଶକ୍ତ କରିବା ଏବଂ ସୂଚନା ପ୍ରଦାନର ସମନ୍ଵୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାନୁଯାୟୀ , କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ଚିଠିରେ କହିଛନ୍ତି ଜିଲ୍ଲା ପ୍ରଶାସନ ସଂକ୍ରମିତ ଲୋକଙ୍କ କଣ୍ଟାକ୍ଟ୍ ଟ୍ରେସିଂ କରିବା ଏବଂ ଅଧିକ ସମ୍ଵେଦନଶୀଳ ଓ କମ୍ ସମ୍ଵେଦନଶୀଳ ଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରିବାକୁ ପଡିବ। ଏହାସହ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ହୋମ୍ କ୍ୟାରାଣ୍ଟାଇନର ଅନୁପାଳନ ଉପରେ ନଜର ରଖିବା ପାଇଁ କହିଛନ୍ତି। କେରଳର ମୁଖ୍ୟ ସଚିବ ଭି.ପି. ଜୟଙ୍କୁ ପଠାଯାଇଥିବା ଏହି ଚିଠିରେ କଣ୍ଚେନମେଣ୍ଟ ଜୋନ୍ ଭତରେ କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଦିଗରେ ସକ୍ରିୟ ଭାବେ କାମ କରିବା ଲାଗି ଏବଂ ଗୋଷ୍ଠି ଭିତ୍ତିକ ତଦାରଖକୁ ମଜବୁତ କରିବା ଆବଶ୍ୟକ।