ଆଜି ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳକୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ ।
(ଦିଲ୍ଲୀ) : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳକୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । କ୍ରୀଡ଼ାବିତଙ୍କୁ ସ୍ୱାଗତ କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଠାରୁ ରାଜଧାନୀର ରାସ୍ତାଘାଟ ସଜେଇ ହୋଇଛି ।
ସୂଚନାନୁଯାୟୀ , ଆଜି କ୍ରୀଡ଼ାବିତମାନେ ପୂର୍ବାହ୍ନ ୧୧ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଅପରାହ୍ଣ ୩ଟାରେ ଉଭୟ ଦଳର କ୍ରୀଡ଼ାବିତ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ । ଏହାପରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ସହ ଫଟୋ ସେସନରେ ସାମିଲ ହେବେ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲା । ମହିଳା ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲା