ହିଞ୍ଜିଳି/ରଜନୀକାନ୍ତ ପାତ୍ର: ମହାପ୍ରଭୁଙ୍କ ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି। ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡରେ ୨ଟି କାଉଁଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର ମାହାସୁଆର ନିଯୋଗ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି। ଅନ୍ୟପଟେ କୋଭିଡ କଟକଣା ହେତୁ ଆଡପ ଦର୍ଶନ ବନ୍ଦ ରହିଛି। ପୁରାଣ ରେ ବର୍ଣ୍ଣନା ରହିଛି ମହାପ୍ରଭୁଙ୍କ ଆଡପ ମଣ୍ଡପରେ ଦର୍ଶନ ଶ୍ରୀମନ୍ଦିର ରତ୍ନ ସିଂହାସନ ରେ ଦଶ ହଜାର ଥର ଦର୍ଶନ ସହିତ ସମାନ । ସେଥିପାଇଁ ଭକ୍ତ ମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ଦର୍ଶନ ଓ ଆଡପ ଅବଢ଼ା ପାଇବା ପାଇଁ ଦୂର ଦୁରାନ୍ତରୁ ଛୁଟି ଆସନ୍ତି। କିନ୍ତୁ କୋଭିଡ ମହାମାରୀ ଯୋଗୁ ଏସବୁ ବନ୍ଦ ରହିଛି। କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି ।