ପୁରୀ/ ଜଗନ୍ନାଥ ମହାନ୍ତି: ରଥଯାତ୍ରାରେ କର୍ଫ୍ୟୁ ଲାଗିଥିବା ସତ୍ୱେ ଅନେକ ରାଜ୍ୟ ବାହାର ଵ୍ୟକ୍ତି, ଅଣ ସେବାୟତ ମହାପ୍ରଭୁଙ୍କ ରଥ ଟାଣିବା ସହ ଛାତ ଉପରେ ବସି ରଥଯାତ୍ରା ଦେଖିଚନ୍ତି। ଏଣୁ ନୀୟମ ଉଲଘଂନ କରିଥିବା ଵ୍ୟକ୍ତିଙ୍କ ବିରୋଧରେ କଡା କାର୍ୟ୍ୟନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ । ସଙ୍ଘ ପକ୍ଷରୁ ଆଇନ ଗତ କାର୍ୟ୍ୟନୁଷ୍ଠାନ ଦାବିରେ ସିଂହ ଦ୍ୱାର ଥାନାରେ ଏତଲା ଦିଆଯାଇଛି। ପୋଲିସ କାର୍ୟ୍ୟନୁଷ୍ଠାନ ନ ନେଲେ ଏ ନେଇ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବା ସହ ସୁପ୍ରିମକୋର୍ଟରେ ଏ ନେଇ ଆଇନ ଗତ ମାମଲା କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ପୁରୀ ସହରବାସୀ ତ୍ୟାଗ କରି ରଥଯାତ୍ରାରେ ସାମିଲ ହେଲେନାହିଁ , ପ୍ରଶାସନକୁ ସହଯୋଗ ମଧ୍ୟ କଲେ ସେତେବେଳେ ପ୍ରଶାସନ ପକ୍ଷରୁ ଏଭଳି ଦୋମୁହାଁ ନୀତି ଜମା ବରଦାସ୍ତ କରାଯିବ ନାହିଁ ବୋଲି କହିଛି ପୁରୀ ଯୁବ ଅଧିବକ୍ତା ସଙ୍ଘ । କେଉଁ ପରିସ୍ଥିତି କାହାକୁ ରଥଯାତ୍ରା ପାସ ଦିଆଗଲା ପ୍ରଶାସନ ତୁରନ୍ତ ସ୍ପଷ୍ଟୀ କରଣ ଦେବାକୁ ସଙ୍ଘ ଦାବି କରିଛି। ବିନା କୋଭିଡ ଟେଷ୍ଟ ବାହାର ଵ୍ୟକ୍ତି ରଥଯାତ୍ରାରେ ସାମିଲ ହୋଇ ଥିବା ବେଳେ ପୁରୀ କୋଭିଡ ବ୍ୟାପିଲେ କିଏ ଦାୟୀ ରହିବ ବୋଲି ଯୁବ ଅଧିବକ୍ତା ସଙ୍ଘ ପ୍ରଶ୍ନ କରିଛି।