ହିଞ୍ଜିଳି/ରଜନୀକାନ୍ତ ପାତ୍ର : ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସୋମବାର ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି କୁର୍ମୀକ୍ଷତ୍ରିୟ ସମାଜର ସଭାପତି ତଥା ଅବସରପ୍ରାପ୍ତ ନିର୍ବୀହି ଯନ୍ତ୍ରୀ ଇଂଜିନିୟର ଅଭିମନ୍ୟୁ ପ୍ରଧାନ , ସମ୍ମାନୀୟ ଅତିଥି ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ , ଆଇନଜୀବୀ ସତୀଶ ପାଣିଗ୍ରାହୀ ,ଗଂଜାମ ଓକିଲ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା ,ବରିଷ୍ଠ ବିଜେଡି ନେତା ତୁମ୍ବନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଧାୟକ ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ଉଚ୍ଚ କୋଟିର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କରୋନା ମହାମାରୀ ସମୟରେ ବ୍ରହ୍ମପୁର ବିଧାୟକଙ୍କ ଶବ ଦାହ ଠାରୁ ଆରମ୍ଭ କରି ଅସହାୟଙ୍କୁ ସାହଯ୍ୟ କରିବା ପରି ବିଭିନ୍ନ କାଯ୍ୟକୁ ଉକ୍ତ ସମାଜର ସଭାପତି ଇଂଜିନିୟର ପ୍ରଧାନ ପ୍ରଶଂସା କରିଥିଲେ ।