ଦିଲ୍ଲୀ (ରିପୋର୍ଟର୍ସ ଟୁଡେ) : ସୋମବାର ଦିନ ପରିବେଶବିତ ଜୁହି ଚାଓ୍ବାଲାଙ୍କୁ ୨୦ ଲକ୍ଷ ଟଙ୍କା ଜୋରିମାନା ଆବେଦନକୁ ଖାରଜ କରିଛି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ ଜୁହି ୫ଜି ନେଟଓ୍ବାର୍କକୁ ଦେଇଥିବା ବୟାନ ପାଇଁ ୨୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ । ଜୁହି ଚାଓ୍ବାଲା ନିଜର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସେ ଏଭଳି ବୟାନ କରିଥିବାରୁ ହାଇକୋର୍ଟ ତାଙ୍କ ଉପରେ ଜୋରିମାନା କରିଥିଲେ । ଆବେଦନ ଖାରଜ ହେବା ପରେ ଜୁହି ଚାଓ୍ବାଲା ଟୁଇଟ କରି କହିଛନ୍ତି ଯେ ସେ ୫ଜି ନେଟଓ୍ବାରର୍କ ବପକ୍ଷରେ ନୁହନ୍ତି କିନ୍ତୁ ସରକାର ୫ଜି ଟେକ୍ନୋଲଜି ପରିବେଶ ପାଇଁ ସୁରକ୍ଷିତ ବୋଲି ସାର୍ଟିଫିକେଟରେ ଜାରି କରିବାପାଇଁ କହିଛନ୍ତି ।