ବରଗଡ଼ରେ ତାତିଲେ ଚାଷୀ

ବରଗଡ଼(ରିପୋର୍ଟର୍ସ ଟୁଡେ): ବିଗତ କିଛି ଦିନ ହେବ ଓଡିଶାରେ ବିଭିନ୍ନ ସ୍ଥାନରେ ଧାନ ବିକ୍ରି ସମସ୍ୟାକୁ ନେଇ ପ୍ରତିବାଦ ଆରମ୍ଭ ହୋଇଛି । ଚାଷୀ ମାନେ ମଣ୍ଡିକୁ ଧାନ ଆଣୁଥିଲେ ବି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟୋକନ ଅବଧି ଶେଷ, ଟୋକନରେ ତ୍ରୁଟି, ଧାନରେ ଆର୍ଦ୍ରତା, ଟାଗେର୍ଟ ଅଭାବ ଆଦି ଆଳ ଦେଖାଇ ଚାଷୀଙ୍କ ପାଖରୁ ଧାନ କିଣାଯାଉ ନାହିଁ । ଏହାକୁ ନେଇ ବରଗଡ ଜିଲ୍ଲାର ଭେଡେନ ବ୍ଲକ ରେଶମ ପଞ୍ଚାୟତର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଧାନ ବୋଝେଇ ଟାକ୍ଟର ଧରି ଶତାଧିକ ଚାଷୀ ଜିଲା ଯୋଗାଣ ଏବଂ ଜିଲାପାଳ କାର୍ଯ୍ୟାଳୟ ଆଗରେ ଧାନ ଗଦା କରି ଚାଷୀମାନେ ଧାରଣାରେ ବସିଛନ୍ତି । ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।