ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ମମତା ବାନାର୍ଜୀ କୋଭାକ୍ସିନ ପାଇଁ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାକୁ ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏନେଇ ମମତା ବାନାର୍ଜୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ହୁ (WHO) ଦ୍ୱାରା କୋଭାକ୍ସିନ ଅନୁମୋଦିତ ହୋଇନଥିବାରୁ ଏହି ଟୀକା ନେଇ ବିଦେଶ ଭ୍ରମଣ କରିବା ସହଜ ନୁହେଁ । କେବଳ ହୁ(WHO) ଅନୁମୋଦିତ ଟୀକା ନେଇ ବିଦେଶ ଭ୍ରମଣ କରିବା ସମ୍ଭବ । ବିଦେଶରେ ପାଠ ପଢୁଥିବା ଛାତ୍ର, ଚାକିରୀ, ବ୍ୟବସାୟ ରେ ସମ୍ବଦ୍ଧିତ ଅନେକ ଲୋକ କୋଭାକ୍ସିନ ଟୀକା ନେଇଛନ୍ତି ଏବେ ସେମାନଙ୍କର ଶିକ୍ଷା ଠାରୁ ଆରମ୍ଭ କରି ବ୍ୟବସାୟ ସବୁ ଆଶଙ୍କା ମଧ୍ୟରେ ଅଛି ।