ପଡ଼ିଆ ଓଦା ଥିବାରୁ ବିନା ଟସରେ ଲଞ୍ଚ ବ୍ରେକ୍
ଟେଷ୍ଟ କ୍ରିକେଟ୍ର ଏକ ଭିନ୍ନ ରୋମାଞ୍ଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ଆଜି ଟାଇଟଲ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ ।
(ମୁମ୍ବାଇ) : ଟେଷ୍ଟ କ୍ରିକେଟ୍ର ଏକ ଭିନ୍ନ ରୋମାଞ୍ଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ଆଜି ଟାଇଟଲ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଭାରତୀୟ ସମୟ ଅପରାହ୍ଣ ୩ଟାରୁ ଖେଳ ଆରମ୍ଭ ହେବା କଥା। ହେଲେ ବର୍ଷା ହେତୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପଡ଼ିଆରେ ପାଣି ଜମି ରହିଛି। ଗ୍ରାଉଣ୍ଡ ଷ୍ଟାଫ ମାନେ ପାଣି ଶୁଖେଇବା କାର୍ଯ୍ୟରେ ଲାଗିଛନ୍ତି। ଏପରିକି ଟେଷ୍ଟ ମ୍ୟାଚର ପ୍ରଥମ ଦିନର ପ୍ରଥମ ସେସନ୍ ବର୍ଷା କାରଣରୁ ଧୋଇ ହୋଇ ଯାଇଛି।
Update from Southampton 🌧️
The toss has been delayed and there will be no play in the opening session. #WTC21 Final | #INDvNZ pic.twitter.com/9IAnIc56jQ
— ICC (@ICC) June 18, 2021
ବର୍ତ୍ତମାନର ତାଜା ରିପୋର୍ଟ ଅନୁସାରେ ସାଉଥମ୍ପଟନରେ ବର୍ଷା ଛାଡ଼ି ଯାଇଛି। ଗ୍ରାଉଣ୍ଡଷ୍ଟାଫ୍ ମାନେ ମଇଦାନକୁ ଶୁଖେଇବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ପଡ଼ିଆ ଓଦା ଥିବାରୁ ବିନା ଟସରେ ଲଞ୍ଚ ବ୍ରେକ୍ ନିଆଯାଇଛି।
ସୂଚନାନୁଯାୟୀ , ଏହି ମ୍ୟାଚ୍କୁ ନେଇ କେବଳ ଭାରତ ଓ ନ୍ୟୁଜିଲାଣ୍ଡରେ ନୁହଁ ସାରା ବିଶ୍ୱର କ୍ରିକେଟ୍ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ଦେଖାଯାଇଛି । ଟେଷ୍ଟକୁ ନେଇ ଆଇସିସି ଆରମ୍ଭ କରିଥିବା ଏହି ନୂଆ ଟୁର୍ଣ୍ଣାମେଣ୍ଟରେ କିଏ ହେବ ପ୍ରଥମ ବିଶ୍ୱ ଚାମ୍ପିଅନ? ଏହାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ପ୍ରେମୀ । ଆଉ କିଛି ସମୟର ଅତି ବାହିତ ହେବା ପରେ ଆରମ୍ଭ ହୋଇଯିବ ଏହି ବହୁ ପ୍ରତୀକ୍ଷିତ ମୁକାବିଲା।