ତେଲ ଡିପୋରେ ଚଢ଼ାଉ, ୧୦୦ ଲିଟର ଡିଜେଲ ଜବତ

ଚଣ୍ଡିଖୋଲ : ବେଆଇନ ତେଲ ଡିପୋରେ ଗୁରୁବାର ପୋଲିସ ଚଢ଼ାଉ କରିଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଶ୍ରୀରାମପୁରଠାରେ ବର୍ଷ ବର୍ଷ ଧରି ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ୍ ଗେଟ୍ ନିକଟରୁ ବିଭିନ୍ନ ତୈଳ କମ୍ପାନୀ ଟ୍ୟାଙ୍କର ଗାଡି ଗୁଡିକରୁ ସ୍ଥାନୀୟ କିଛି ତେଲ ମାଫିଆ ଓ ଟ୍ୟାଙ୍କର ଗାଡି ଡ୍ରାଇଭରମାନେ ଗାଡିରୁ ତେଲ କାଢି ପାଖରେ ଥିବା ଡିପୋରେ ଦେଉଥିଲେ । ଏହି ଖବର ଧର୍ମଶାଳା ପୁଲିସ ପାଇବା ପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ କରି ପୁଲିସ ୧୦୦ ଲିଟର ଡିଜେଲ ଜବତ କରିବା ସହ 2 ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି । ଆହୁରି ମଧ୍ୟ ପୁଲିସ ରାସ୍ତାରୁ ଦୁଇଟି ଟ୍ୟାଙ୍କର ଗାଡି ଜବତ କରିଛି । ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥରେ ବର୍ଷ ବର୍ଷ ଧରି ଏହିଭଳି ବେଆଇନ ତେଲ କାରବାର ଚାଲୁ ରହିଥିବା ବେଳେ ପୋଲିସ ପକ୍ଷରୁ ଆହୁରି ଦୃଢ଼ କାର‌୍ୟ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।