ହାତୀ ଆକ୍ରମଣରେ ଦେବଭୂମି ପଞ୍ଚାୟତର ଜଣେ ବୃଦ୍ଧ ଗୁରୁତର
ଆଠଗଡ ବନଖଣ୍ଡ ନରସିଂହପୁର ରେଞ୍ଜରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଦେବଭୂମି ପଞ୍ଚାୟତର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି ।
(ନରସିଂହପୁର) : ଆଠଗଡ ବନଖଣ୍ଡ ନରସିଂହପୁର ରେଞ୍ଜରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଦେବଭୂମି ପଞ୍ଚାୟତର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ କହ୍ନେଇ ଗଡନାୟକ । ତାଙ୍କୁ ନରସିଂହପୁର ଡାକ୍ତରଖାନାରେ ଭ ର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ ,ତେବେ ଗ୍ରାମରେ ହାତୀ ବାରମ୍ବାର ଉପଦ୍ରବ କରୁଥିବା ବେଳେ ବନବିଭାଗ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଗ୍ରାମବାସୀ ନରସିଂହପୁରଠାରେ ଥିବା ବନବିଭାଗ ବିଟ ହାଉସ ଘେରାଉ କରିବା ସହ ଭଙ୍ଗାରୁଜା କରିଛନ୍ତି ।