ନଭେମ୍ବର ୨୭ ହେବ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ

(ରିପୋର୍ଟସଟୁଡେ): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଚଳିତବର୍ଷ ହେବ ନାଗାର୍ଜୁନ ବେଶ। ନଭେମ୍ୱର ୨୭ ତାରିଖରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ଏହି ବେଶ ହେବ। ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର।
ମହାମାରୀ କରୋନା ସମୟରେ ଶ୍ରୀମନ୍ଦିର ଖୋଲିବ ନାହିଁ। ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ଏନେଇ ଆଜି ହୋଇଥିଲା ଭର୍ଚୁଆଲ ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତ ଓ ବିଭିନ୍ନ ନିଯୋଗର ସଦସ୍ୟମାନେ ଯୋଗଦେଇ ଶ୍ରୀମନ୍ଦିର ଖୋଲିବା ଉପରେ ଆଲୋଚନା କରିଥିଲେ।
ତେବେ ଆଲୋଚନା ବେଳେ ବିଭିନ୍ନ ନିଯୋଗ ଓ ସେବାୟତମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ସେଭିତରେ ଶ୍ରୀମନ୍ଦିର ନଖୋଲିବାକୁ ସେବାୟତମାନେ ପରାମର୍ଶ ଦେଇଛନ୍ତି। କରୋନା ଟିକା ନ ବାହାରିବା ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରଖାଯାଉ। ଯଦି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ, ତାହାହେଲେ ସଂକ୍ରମଣ ବୃଦ୍ଧି ପାଇବ ଓ ସେବାପୂଜା ବାଧାପ୍ରାପ୍ତ ହେବ ବୋଲି ସେବାୟତମାନେ କହିଛନ୍ତି।