ଛୁଟିରେ ପଠାଯାଇଥିବା ସିବିଆଇର ନିର୍ଦ୍ଦେଶକଙ୍କ ଘର ସମ୍ମୁଖରୁ ୪ ଜଣ ଆଇବି ଅଧିକାରୀଙ୍କୁ ସଂନ୍ଦେହଜନକ ଅବସ୍ଥାରେ ଗିରଫ

(ରିପୋର୍ଟସ ଟୁଡ଼େ): ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସରକାରୀ ବାସଭବନ ସମ୍ମୁଖରୁ ୪ଜଣ ସଂଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି । ଆଜି ସକାଳେ ଆଲୋକ ବର୍ମାଙ୍କ ଘର ସାମ୍ନାରେ ଚାରିଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବାର ନଜର ଆସିଥିଲେ । ସଙ୍ଗେସଙ୍ଗେ ତାଙ୍କର ଅଙ୍ଗରକ୍ଷୀମାନେ ସେମାନଙ୍କୁ କାବୁ କରି ଦିଲ୍ଲୀ ପୋଲିସର ଜିମାରେ ଦେଇଛନ୍ତି। ସେପଟେ ଆଲୋକ ବର୍ମାଙ୍କୁ ସରକାର ବୁଧବାର ଦିନ ଛୁଟିରେ ପଠାଇ ଦେଇଥିଲେ । ସେ ଛୁଟିରେ ଥିବା ବେଳେ ତାଙ୍କ ଘର ସମ୍ମୁଖରେ ଏପରି ଘଟଣା ଘଟିବା ସନ୍ଦେହ ଜନକ ।

ସୁଚନା ଅନୁସାରେ ଆଜି ସକାଳେ ୪ ଜଣ ବ୍ୟକ୍ତି ଜନପଥ ନିକଟ ରାସ୍ତାରେ ସେମାନଙ୍କ କାର୍ରେ ବସି ବର୍ମାଙ୍କ ଘର ଉପରେ ନଜର ରଖୁଥିବା ଲକ୍ଷ୍ୟ କରାଯାଇ ଥିଲା । ଏହା ପରେ ବର୍ମାଙ୍କ ପିଏସ୍ଓ ସଙ୍ଗେ ସେମାନଙ୍କୁ ଅଟକ ରଖିବା ସହ ବର୍ମାଙ୍କ ଘର ଭିତରେ ପ୍ରାୟ ୪୫ ମିନିଟ୍ ଧରି ପଚରା ଉଚରା କରିଥିଲେ । ଏହି ସମୟରେ ତାଙ୍କ ପାଖରୁ ଗୁଇନ୍ଦା ବିଭାଗର ଆଇ କାର୍ଡ଼ ମଧ୍ୟ ଜବତ କରିଛି । ୪ ଜଣଙ୍କ ନାମ ହେଲା ପ୍ରଶାନ୍ତ କୁମାର, ଭିନୀତ କୁମାର ଗୁପ୍ତା, ଅଜୟ କୁମାର ଓ ଧରଜ କୁମାର ସିଂହ ବୋଲି ଜଣାପଡ଼ିଛି । ଏହି ୪ ଜଣ ନିଜକୁୁ ଆଇବି ଅଧିକାରୀ ବୋଲି ପରିଚୟ ଦେଇଛନ୍ତି । ନିଜର କିଛି ପ୍ରମାଣ ପତ୍ର ମଧ୍ୟ ପୁଲିସକୁ ଦେଇଛନ୍ତି । ବର୍ତ୍ତମାନ ପୁଲିସ ସମସ୍ତ ପ୍ରମାଣ ପତ୍ରର ଜାଞ୍ଚ କରିବା ସହ ପଚରାଉଚରା ଜାରି ରଖିିଛି । ଏ ମାମଲାରେ ଏକ ଏଫଆଇଆର ରେଜିଷ୍ଟ୍ରି କରାଯାଇ ବର୍ମାଙ୍କ ବ୍ୟକ୍ତିଗତ ନିରାପିିତ୍ତା ଅଧିକାରୀଙ୍କ ବୟାନ୍ ରେକର୍ଡ଼ କରାଯିବ ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି, ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ ତାଙ୍କ କର୍ତ୍ତବ୍ୟର ସୀମା ଟପି ଗଲା ପରି ମନେ ହେଉଛି। ଯଦି ସନ୍ଦେହଜନକ କାର୍ୟ୍ୟକଳାପ ଜଣା ପଡ଼ିଲା, ପ୍ରଥମେ ପୁଲିସକୁ ଖବର କରିବା କଥା ଥିଲା।